ଶ୍ରୀ ଶ୍ରୀ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ): ଏକ ଶାନ୍ତ ପରିବେଶ ମଧ୍ୟରେ ବରଗଡ ଜିଲ୍ଲା ପଦ୍ମପୁର ସହର ଠାରୁ ଅନତି ଦୂର ରେ ଥିବା ଲଖମରା ପଞ୍ଚାୟତ ଅନ୍ତର୍ଗତ ପୂଝାରୀପାଲି ଗ୍ରାମ ଠାରେ ଶ୍ରୀ ଶ୍ରୀ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଖୁବ ଆଡମ୍ବର ପୁର୍ଣ୍ଣ ସହକାରେ ମହାସମାରୋହ ରେ ଉଦଯାପିତ ହୋଇ ଯାଇଛି। ଏ ଉପଲକ୍ଷେ ନାମଯଜ୍ଞ,ଘୃତଯଜ୍ଞ,ଅନ୍ନଯଜ୍ଞ ଓ ଜ୍ଞାନଯଜ୍ଞ କରାଯାଇଥିଲା । ପ୍ରାରମ୍ଭେ କଳସ ଯାତ୍ରା ରେ ଗ୍ରାମର ସମସ୍ତ ମହିଳା ସାମିଲ ହୋଇଥିଲେ। ନିଆରା ବଂଶୀ ବାଦକ ରମେଶ ବରିହାଙ୍କ ମାଁ କରମସାନୀ ବିନ୍ଧ୍ୟବାସିନୀ  କଲଙ୍ଗୀ ଦଳ ସହଯୋଗ ରେ କଳସ ଯାତ୍ରା ଟି ଖୁବ୍ ଆକର୍ଷିତ କରିଥିଲେ। ଏହି ନାମଯଜ୍ଞ ରେ ସମୁଦାୟ ୧୦ ଟି ଦଳ ଅଂଶ ଗ୍ରହଣ କରିଥିଲେ। ହଜାର ହଜାର ଲୋକ ଙ୍କ ସମାଗମ ସହ ସୀମାନ୍ତ ବର୍ତି ଛତିଶଡ ରାଜ୍ୟରୁ ମଧ୍ୟ ଦର୍ଶକ ମାନେ ଆସି ହରିନାମ ପ୍ରେମରସ ପାନ କରି ଜୀବନକୁ ସାର୍ଥକ କରିବାର ସୁଯୋଗ ପାଇଥିଲେ ।  ୨୪ଘଣ୍ଟା ଅନ୍ନଛତ୍ର  ସହ ଜଳପାନ ର ସୁବ୍ୟବସ୍ଥା କରାଯାଇଥିଲା ଶେଷ ରେ ପୂର୍ଣାହୁତି ଦିବସରେ  କର୍ତ୍ତା ଝସ କେତନ ସାହୁ  ତାଙ୍କ ସହଧର୍ମିଣୀ ସରିତା ସାହୁ ଗ୍ରାମବାସୀଙ୍କ ସହଯୋଗ,ଉପସ୍ଥିତ ଦର୍ଶକ ତଥା ଯୋଗଦେଇଥିବା ସମସ୍ତ ଦଳ ଙ୍କୁ ଧନ୍ୟବାଦ ସହ ଆଶିର୍ବାଦ ଭିକ୍ଷା କରିଥିଲେ ।

0
0
0
s2sdefault