ହେଡଲାଇନସ୍:

ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟର ବାର୍ଷିକ ଉତ୍ସବ  ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ (ସରୋଜ ସାହୁ) ରାୟଗଡ ସଦର ମହକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟର ବାର୍ଷିକ ଉସôବ ଅନୁଷ୍ଠିତ  ହୋଇଯାଇଅଛି । ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ତଥା ପଛୁଆ ବର୍ଗ  ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗାୟଗଡ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ମୋ ସ୍କୁଲ ଅଭିଯାନର ସଭାପତି ରାଜେଶ କୁମାର ପାଢୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜଣାଶୁଣା କବି ଡମ୍ବରୁଧର ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କିରଥିଲେ ଶିକ୍ଷକ ଅଶୋକ କୁମାର ଦାଶ ଏବଂ ସ୍କୁଲର ପ୍ରଧାନ ଶିକ୍ଷକ ଶଶିଭୂଷଣ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀସାରକା ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ ଯେ ଜିସିଡି ହାଇସ୍କୁଲ ଜିଲ୍ଲାର ଥିବା ପ୍ରମୁଖ ହାଇସ୍କୁଲ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ହାଇସ୍କୁଲ ଜିଲ୍ଲାର ଏକ ପୁରାତନ ହାଇସ୍କୁଲ । ଜିସିଡି ହାଇସ୍କୁଲର ବହୁ ଛାତ୍ର ଏଠାରୁ କୃତୀତ୍ୱ ସହ ଉତୀର୍ଣ୍ଣ ହୋଇ ରାଜ୍ୟ ତଥା ଦେଶର ନାମ ଗୌରବ କରିଥିବା ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ । ଆଗକୁ ମଧ୍ୟ ଏହି ପରମ୍ପରା ଜାରୀ ରଖିବା ପାଇଁ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ମନ୍ତ୍ରୀ ଶ୍ରୀ ସାରକା । ସମ୍ମାନୀତ ଅତିଥି ତଥା ରାୟଗଡା ବିଧାୟକ ମଧ୍ୟ ଭଲ ପାଢ ପଢି ଭଲ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ ଅର୍ଜନ କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।  ଶିକ୍ଷୟତ୍ରୀ କାଂଚନ କୁମାରୀ ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।      

 

0
0
0
s2sdefault