ହେଡଲାଇନସ୍:

ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଉଦଘାଟିତ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଶୁକ୍ରବାର ଦିନ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ  ଉଦଘାଟିତ ହୋଇଯାଇଛି । ପଲସଦା,କେର୍ମେଲାବାହାଲ,ଭେଙ୍ଗରାଜପୁର ପଞ୍ଚାୟତ ତଥା ପଡୋଶୀ ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମରେ ସହଯୋଗ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ପାଇଁ ସକାଳ ୧୦ଟା ସମୟରେ ଏକ କଳସ ଯାତ୍ରା ସହ ସଂସ୍କୃତିକ ଶୋଭାଯାତ୍ରା କରାଯାଇଥିଲା। ଡୁଙ୍ଗୁରିପାଲି ଗାଁରୁ କଳସ ବାହାରି ଗୋପପୁର କେର୍ମେଲାବାହାଲ ଠାରେ ପହଞ୍ଚିବା ବେଳେ ସନ୍ଧ୍ୟାରେ ମଥୁରା ନଗରୀରେ ମହାରାଜ ଉଗ୍ରେସନଙ୍କ ଦିଗ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ୮ଟା ସମୟରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ  ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ । କେର୍ମେଲାବାହାଲ ସରପଞ୍ଚ ରୁପ୍ୟାକାନ୍ତି ପ୍ରଧାନ,ପଲସଦା ସମିତି ସଭ୍ୟା ଜ୍ୟୋତ୍ସ୍ନାରାଣୀ ଲୁହାର, ଭେଙ୍ଗରାଜପୁର ସରପଞ୍ଚ ଭୀଷ୍ମଦେବ ସାହୁ, ପୂର୍ବତନ ସରପଞ୍ଚ ଯୁଗଳ କିଶୋର ସାହୁ,ଧବଳେଶ୍ଵର ସାହୁ,ମହେନ୍ଦ୍ର  ସିଂ ବରିହା, ୠକ୍ମଣ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ଉକ୍ତ ସଭାକାର୍ଯ୍ୟ ଶାନ୍ତନୁ କୁମାର ସାହୁ ପରିଚାଳନା କରିଥିଲେ। ଧନୁଯାତ୍ରା ମହୋତ୍ସବ କମିଟି ସମସ୍ତ ସଦସ୍ୟ ସହଯୋଗ କରିଥିଲେ

 

0
0
0
s2sdefault