ହେଡଲାଇନସ୍:

ଆଶ୍ରମ ମୁଖ୍ୟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଆଶ୍ରମ ପରିଚାଳକ ଓ ଅନ୍ୟାନ୍ୟଙ୍କର ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ 3 ଯୁବତୀ

  • ଗତ ଜୁଲାଇ ମାସରେ ମଧ୍ୟ ହେଇଥିଲା ଅନୁରୂପ ଅଭିଯୋଗ

ବରଗଡ :- ଆଶ୍ରମରେ ଚାଲିଛି ଅନୈତିକ ପ୍ରୟାସ । ଏଠି ବାଡ଼ ଖାଇବାକୁ ବସିଛି ଫସଲ । ରକ୍ଷକ ସାଜୁଛି ଭକ୍ଷକ । ଏଭଳି କିଛି ଅଭିଯୋଗ ଆସିଛି । ବରଗଡ଼ ଜିଲ୍ଳା ସୋହେଲା ନିକଟରେ ଥିବା ଏକ ଆଶ୍ରମ ନାମରେ ତିନି ଜଣ ମହିଳା ଅଭିଯୋଗ ଆଣିଛନ୍ତି । ହେଲେ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଆଶ୍ରମ କର୍ତ୍ତୃପକ୍ଷ । ହେଲେ ଏବେ ପ୍ରଶାସନ କୋର୍ଟରେ ବଲ ।

ଏହି ଆଶ୍ରମରେ ଅନୈତିକ କାର୍ଯ୍ୟ ଚାଲିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁ ଏକ୍କାଙ୍କଠାରେ ଏହି ମହିଳାମାନେ ଲିଖିତ ଅଭିଯୋଗ କରିବା ପରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରିଥିବା ଜଣାପଡ଼ିଛି । ଆଶ୍ରମରେ ମହିଳା ମାନଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଥିବା ଏବଂ ମହିଳା ମାନଙ୍କ ନଗ୍ନ ଭିଡ଼ିଓ ଉଠାଯାଇଥିବା ଆଦି ଗୁରୁତର ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଆଶ୍ରମର ପରିଚାଳକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଅଭିଯୋଗ କରିଥିବା ମହିଳାମାନଙ୍କୁ ବରପାଲି, ଭଟଲି ଏବଂ ବରଗଡ଼ ଟାଉନ ଥାନା ପୋଲିସ ଆଣି ରଖାଇଥିଲେ । ଆଶ୍ରମରେ ଥିବା ଚୌକିଦାରଙ୍କଠାରୁ ଫୋନ ନେଇ ସେମାନେ ବାହାର ଲୋକଙ୍କ ସହିତ କଥା ଲାଗୁଥିବା ଜଣାପଡ଼ିବା ପରେ ଚୌକିଦାରକୁ ବହିଷ୍କାର କରାଯାଇଥିଲା । ପରେ ଆଶ୍ରମ ପାଖ ଏକ ଢାବାରୁ ଉକ୍ତ ଚୌକିଦାରକୁ ନେଇ ଥାନାରେ ଦିଆଯାଇଥିଲା । ତେବେ ଗତ ୨୦ ତାରିଖରୁ ଆଶ୍ରମରେ ରହୁଥିବା ପାଞ୍ଚ ଜଣ ମହିଳା ଆଶ୍ରମ ଛାଡ଼ି ଫେରାର ହୋଇଯାଇଥିବା ସମ୍ପର୍କରେ ଥାନାରେ ଲିଖିତ ଭାବରେ ସୂଚନା ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅନ୍ତେବାସୀ ଆଶ୍ରମକୁ ଫେରି ଆସିଛନ୍ତି । ଆଶ୍ରମକୁ ବଦନାମ କରିବା ଉଦ୍ଦେଶ୍ୟରେ ଉକ୍ତ ତିନି ଜଣ ମହିଳା ଷଡ଼ଯନ୍ତ୍ର କରି ଏହି ଅଭିଯୋଗ ଆଣିଛନ୍ତି ବୋଲି ଆଶ୍ରମକୁ ଫେରିଥିବା ଦୁଇଜଣ ମହିଳା କହିଛନ୍ତି ବୋଲି ପରିଚାଳକ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ କିଛି ମାସ ତଳେ ଏହି ଆଶ୍ରମ ବିରୁଦ୍ଧରେ ଜଣେ ମହିଳା ଅଭିଯୋଗ କରିଥିଲେ । ଜିଲ୍ଳା ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

0
0
0
s2sdefault