ହେଡଲାଇନସ୍:

ସବ ଜେଲରେ ପ୍ରବେଶିଲେ  କଂସ ମହାରାଜ : ପଚାରି ବୁଝିଲେ ବନ୍ଦୀଙ୍କ ସୁବିଧା ଅସୁବିଧା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ)  କୋସଲୀ ଭାଷା ଗବେଷଣା ପ୍ରତିଷ୍ଠାନ  ନୂଆପଡା ତରଫରୁ କୋସଲୀ ସଂସ୍କୃତି, ପରମ୍ପରା, ଭାଷାକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ପୁଲିସ ପଡିଆ ରଙ୍ଗମଞ୍ଚରେ ଚାଲିଥିବା ଧନୁଯାତ୍ରା ର ଚତୁର୍ଥ ଦିବସରେ  ମଙ୍ଗଳବାର ଦିନ ମହାରାଜ କଂସ ତାଙ୍କ ମନ୍ତ୍ରୀ ପରିଷଦ ଓ ସୈନ୍ୟସାମନ୍ତଙ୍କୁ ନେଇ ହାତୀ ଓ ଓଟରେ ନୂଆପଡ଼ା ଜିଲ୍ଲା ଉପକାରାଗାର ପରଦର୍ଶନ କରିଛନ୍ତି ।

ମହାରାଜ କଂସ କାରାଗାରରେ ପହଂଚିଲା ଖବର କାରାଗାର କର୍ମଚାରୀ  ଜାଣିବା ପରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରି ତାଙ୍କୁ କାରାଗାର ଭିତରକୁ ପାଛୋଟି ନେଇଥିଲେ । ଉପକାରାଗାରର ଅନ୍ତେବାସୀ ସହ ୧୫ମିନିଟ ଧରି ସେ ଆଲୋଚନା କରିଥିଲେ । କଏଦୀ ମାନଙ୍କ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ । କଂସ ମହାରାଜଙ୍କ ସହ ଉପକାରାଗାର ଅଧିକ୍ଷକ କୌଶଲ୍ୟା  ପଦ୍ମିନୀ ଦଳବେହେରା ଉପସ୍ଥିତ ଥିଲେ । ପରେ ମହାରାଜ କଂସ ନୂଆପଡ଼ା ସଦର ଥାନା ପରିଦର୍ଶନ କରିଥିଲେ । ଏହା ପରେ ସାନ୍ଧ୍ୟରେ ଗୋପପୁରରେ କୃଷ୍ଣଙ୍କ ଦ୍ୱାରା ଅଷ୍ଟମଲ୍ଲ ବଦ୍ଧ ହୋଇଥିଲେ । ମହାରାଜ କଂସଙ୍କ ଦରବାରରେ ମୁଖ୍ୟ ଅତିଥି ରୂପେ ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସମ୍ମାନିତ ଅତିଥି ରୂପେ ନୂଆପଡା ଓକିଲ ସଂଘ ତରଫରୁ କ୍ଷିତିସ ଅଶୋକ ବୋଧନକର, ଅଶ୍ୱନି ବାଗ, ପପ୍ପୁ ସ୍ୱାଈଁ, ଗଣମାଧ୍ୟମ ପ୍ରତିନିଧି ଦୀପକ କୁମାର ମିଶ୍ର,ଶିଶିର କୁମାର ଭୂୟାଁ,ଅମିତ ପୁରୋହିତ,ପୁଷ୍ପା ଦେୱାଙ୍ଗନ ଆଦି ମଞ୍ଚାସିନ ଥିଲେ । କଂସ ମହାରାଜ ଙ୍କ ଆଦେଶ କ୍ରମେ ଯାଜ୍ଞସେନୀ  ମହାପାତ୍ର, ପ୍ରତିଭା ହୋତା, ଲୋକନାଥ ରଥ ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ  ଦେଇ ମାନ୍ୟ କରିଥିଲେ । ଅବନୀ ଯୋଶି ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault