ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ରୁ ପାଞ୍ଚ ଲକ୍ଷ ଟଙ୍କାର ବିୟୋଗରେ ନିମିର୍ତ ହୋଇଥିଲା । ଏହି ଉଦଘାଟନୀ ଉତ୍ସବରେ ପରିଚାଳନା କମିଟି କର୍ମକର୍ତ୍ତା ରଞ୍ଜିତ କୁମାର ରଥ, ଧୃବଚରଣ ଦାସ, କାତ୍ତିର୍କ ପ୍ରସାଦ ତରିଆ, ଭୂଷଣ ପାତ୍ର, ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ରାଉତ ସମେତ ସମସ୍ତ ଅଧ୍ୟାପନା ମଣ୍ଡଳୀ, ସମସ୍ତ ଛାତ୍ରୀଗଣ, କଲେଜ କର୍ମଚାରୀ ଓ ଜନସାଧାରଣଙ୍କ ଉପସ୍ଥିତ ଥିଲେ ।