ହେଡଲାଇନସ୍:

 ବୀରମହାରାଜପୁର "ମୈତ୍ରୀ ମଣ୍ଡପ" ର ଶିଳାନ୍ୟାସ,  ଅଞ୍ଚଳର ସଂସ୍କୃତି ବିକାଶ ଉପରେ  ମନ୍ତ୍ରୀ ପଦ୍ମନାଭଙ୍କ ଅଧିକ ଗୁରୁତ୍ବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ମୈତ୍ରୀ ସଦନ ପରିସରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅଟକଳ ରେ ନିର୍ମିତ ହେବାକୁ ଥିବା "ମୈତ୍ରୀ ମଣ୍ଡପ "ର ଯୋଜନା ଓ ସଂଯୋଜନା ତଥା ବାଣିଜ୍ଯ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୈତ୍ରୀ ସଦନ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।  ବୀରମହାରାଜପୁର ସାଂସ୍କୃତିକ ସଂସଦ ର ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିରି ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ,  ସାଂସ୍କୃତିକ ସଂସଦର ଉପଦେଷ୍ଟା ଡ.ବଳରାମ ମିଶ୍ର ଓ ସଂସଦର ସାଧାରଣ ସମ୍ପାଦକ ଭୂଷଣ ପାତ୍ର ମଞ୍ଚାସୀନ ଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର  ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସଂସ୍କୃତି ପ୍ରେମି, ବିଭିନ୍ନ ସଂଗଠନ ସଦସ୍ଯ ଓ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ । ଶେଷରେ ଭୂଷଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault