ହେଡଲାଇନସ୍:

 ମାତିଛନ୍ତି ବିଦ୍ୟୁତ ଖୁଣ୍ଟ ଚୋରା : ୫ଟି ପୁରୁଣା ଲୁହା ବିଦ୍ୟୁତ ଖୁଂଟ ଉଦ୍ଧାର କଲା ସେସୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)/ : ଓଡ଼ଗାଁ ସେସୁ ବିଦ୍ୟୁତ୍ କାର୍ଯ୍ୟାଳୟ ଅଧିନସ୍ଥ ସ୍ଥାନୀୟ ସିନେମା ହଲ ଛକ ସନ୍ନିକଟ ପଡିଆ ଜମିମାନଙ୍କରେ ଥିବା ୫ଟି ଥୁଂଟା ବିଦ୍ୟୁତ୍ ଖୁଂଟ କେହି ଦୁର୍ବୁତ କାଟି ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ସେସୁ କର୍ମଚାରୀ ସେଠାରେ ପଂହଚିଲା ବେଳକୁ ଘଟଣା ସ୍ଥଳରୁ ସମସ୍ତେ ଚାଲି ଯାଇଥିଲେ । ସେସୁ କର୍ମଚାରୀ କଟା ଯାଇଥିବା ବିଦ୍ୟୁତ ଖୁଂଟ ସହିତ ୫ଟି ଖୁଂଟକୁ ନିଜ ହେପାଜତକୁ ଆଣିଥିଲେ । ପ୍ରକାଶ ଥାଉକି ଓଡ଼ଗାଁ ଅଂଚଳରେ ଏହିଭଳି ଥୁଂଟା ବିଦ୍ୟୁତ ଖୁଂଟ ବିଭିନ୍ନ ଜାଗାରେ ରହିଥିବା ବେଳେ ବିଭାଗୀୟ ଅଧିକାରୀ ସେସବୁ ପ୍ରତି ଦୃଷ୍ଟି ଦେଉନଥିବାରୁ ଏହିପରି ଅନେକ ଖୁଂଟି କେଉଁଆଡେ ଗାଏବ ହେଉଥିବା ବେଳେ କାର୍ଯ୍ୟାଳୟରେ ନୂଆ ପୁରୁଣା ଖୁଂଟର କୈାଣସି ହିସାବ ରହୁନାହିଁ । ଅନ୍ୟ ପକ୍ଷରେ ଅନେକ ଗୁଡିଏ ଖୁଂଟ ରାସ୍ତା କଡରେ ଅସୁରକ୍ଷୀତ ଭାବରେ ରହିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହିତ କେତେବେଳେ ବିପଦକୁ ଡାକି ନଆଣିବ କିଏ କହିବ । ଗୃହ ନିର୍ମାଣସ୍ଥାନ ମାନଙ୍କରେ ଏଭଳି ଖୁଂଟି ଥିଲେ ନିର୍ମାଣ କର୍ତା ନିଜର ଗୃହ ନିର୍ମାଣ କରିବା ବେଳେ ବାଧ୍ୟହୋଇ ନିଜ ଚେଷ୍ଟାରେ ତାକୁ ବାହାର କରୁଛନ୍ତି । ବିଦ୍ୟୁତ ବିଭାଗ ନୂତନ ବିଦ୍ୟୁତ ଖୁଂଟ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିବା ବେଳେ ପୁରୁଣା ଖୁଂଟ ଗୁଡିକୁ ସେଠାରୁ ଉଠାଇବାର ବ୍ୟବସ୍ଥା ରଖିଲେ ଉପରୋକ୍ତ ସମସ୍ୟା କେତେକାଂଶରେ ସମାଧାନ ହୋଇପାରିବ ଏବଂ ପୁରୁଣା ଖୁଂଟ ଗୁଡିକ ଏପରି ଚୋରି ଅବା ନଷ୍ଟ ନହୋଇ ଅନ୍ୟାନ୍ୟ ବଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇ ପାରନ୍ତା ବୋଲି ବୋଲି ଓଡ଼ଗାଁ ସେସୁ କନିଷ୍ଠ  ଯନ୍ତ୍ରୀ କହିଛନ୍ତି ।  । 

 

0
0
0
s2sdefault