ହେଡଲାଇନସ୍:

କାଲିଠୁ ଦି ଦିନ ପାଇଁ ଓଡିଶା ଆସୁଛନ୍ତି ସାଂସଦ ରୂପା ଗାଙ୍ଗୁଲି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ ): ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟସଭା ସାଂସଦ ଶ୍ରୀମତୀ ରୂପା ଗାଙ୍ଗୁଲୀ । ଶ୍ରୀମତୀ ଗାଙ୍ଗୁଲୀ ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ ଟାରେ ପହଂଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ । ଶ୍ରୀମତୀ ଗାଙ୍ଗୁଲୀ ରାଇଘର ମିନି ଷ୍ଟାଡିୟମରରେ ଅପରାହ୍ନ ୧ ଟାରେ ପହଂଚି ନାଗରିକତା ସଂଶୋଧନ ଆଇନ ସଂପର୍କରେ ସାଧାରଣ ସଭାରେ ସମ୍ଭୋଧିତ କରିବେ । 

ସେହିପରି ଜାନୁଆରୀ ୨୨ ତାରିଖରେ ଶ୍ରୀମତୀ ଗାଙ୍ଗୁଲୀ ୧୦ଟାରେ ପହଂଚି ମାଲକାନଗିରି ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇବେ ଏବଂ ଅପରାହ୍ନ ୧ଟା ସମୟରେ ଶ୍ରୀମତୀ ଗାଙ୍ଗୁଲୀ ଜୟପୁରଠାରେ ପହଂଚି ନାଗରିକତା ସଂଶୋଧନ ଆଇନର ବିଭିନ୍ନ ଦିଗ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି । 

ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ବରଂ ଭାରତର ଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି ଶ୍ରୀ ସାମଲ କହିଛନ୍ତି ।

0
0
0
s2sdefault