ହେଡଲାଇନସ୍:

ଧାନ କିଣା ସରିବା ଉପରେ, ଏପଟେ ଚାଷୀଙ୍କୁ ଟୋକନ ମିଳିନି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜରାସ୍ତାରେ ଧାନ ବସ୍ତାରଖି ଆନ୍ଦୋଳନ କଲେ ଟୋକନରୁ ବଞ୍ଚିତ ଚାଷୀ

ପଦ୍ମପୁର,(ଶାସକ ପ୍ରଶାସକ): ମଣ୍ତି ବନ୍ଦ ହେବା ଉପରେ | ପ୍ରାୟ ସମସ୍ତ ଅଞ୍ଚଳରେ ଧାନ ବିକ୍ରି ଶେଷ ପର୍ଯ୍ୟାୟରେ | ହେଲେ ଏ ଯାଏଁ ନିଜର ଅମଳ ଧାନ ବିକ୍ରି ପାଇଁ ଟୋକନ ପାଇ ନ ଥିବାରୁ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି ଲଖମରା ଅଞ୍ଚଳର ୩୦୮ ଜଣ ଚାଷୀ । ଏନେଇ ସୋମବାର ଦିନ ରାସ୍ତା ଉପରେ ଧାନ ରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ | ନିଜର ବର୍ଷକର ପରିଶ୍ରମ ସୁନାର ଫସଲ ଅମଳ କରିବା ପରେ ଧାନ ବିକ୍ରି କରି ନିଜର ପରିବାରର ପେଟ ପୋଷଣ ପାଇଁ ଆଶା ରଖିଥିଲା ଚାଷୀ । ହେଲେ ସରକାରଙ୍କ ନୂତନ ଟୋକନ ବ୍ଯବସ୍ଥା ଯୋଗୁଁ ଧାନ ବିକ୍ରି କରିବାରୁ ବଞ୍ଚିତ ରହି ଯାଇଛନ୍ତି ଚାଷୀ । ସେହିପରି ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍କକ ଲଖମରା ପଞ୍ଚାୟତ ଚାଷୀ ଏନେଇ ବାରମ୍ବାର ଉପ ଜିଲ୍ଲାପାଳ ତଥା ଜିଲ୍ଲାପାଳ, ଯୋଗାଣ ଅଧିକାରୀ ଙ୍କ ଦ୍ଵାରସ୍ଥ ମଧ୍ଯ ହୋଇ ଥିଲେ ଚାଷୀ । ହେଲେ କିଛି ଫଳ ନ ପାଇବାରୁ ଶେଷରେ ବିଲ କି ମଣ୍ତିରେ ନ ରହି ନିଜର ଧାନ ସହ ରାସ୍ତା କୁ ଆନ୍ଦୋଳନ ରେ ଓହ୍ଲାଇଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡ ଲଖମରା ପଞ୍ଚାୟତରେ ରାଜ ରାସ୍ତାରେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଚାଷୀ । ସବୁ ଅଞ୍ଚଳରେ ପ୍ରାୟ ଧାନ କିଣା ଶେଷ ହେବା ଉପରେ ଥିବା ବେଳେ ମୂଳରୁ କିନ୍ତୁ ସରକାରଙ୍କ ନୁତନ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆସିଲେ ଚାଷୀ । ବହୁତ ଆନ୍ଦୋଳନ  ତର୍କ ବିତର୍କ ପରେ ଟୋକନ ଜରିଆରେ ବିକ୍ରି ହେଲା ଧାନ କିନ୍ତୁ ଟୋକନ ପାଇବାରୁ ବର୍ତ୍ତମାନ ଯାଏଁ ବଞ୍ଚିତ ରହିଛନ୍ତି ବହୁ ଚାଷୀ । ଠିକ୍ ଏହି ପରି ପଦ୍ମପୁରର ଲଖମରା ସୋସାଇଟିର ୩୦୮ ଜଣ ଚାଷୀ ଟୋକନ ନ ପାଇ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ଚାଷୀ ମାନେ ରାସ୍ତାରୋକ କରିଥିଲେ ସୂଚନା ପାଇ ଘଟଣାସ୍ଥଳରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ଚାଷୀ ମାନଙ୍କୁ ବୁଝାଇଲା ପରେ ଚାଷୀ ମାନେ ଗମନାଗମନ ପାଇଁ ଅଧା ରାସ୍ତା ଛାଡିବା ସହ ଆସନ୍ତା କାଲି ସୁଦ୍ଧା ପ୍ରଶାସନ ଏହାର କିଛି ସ୍ଥାୟୀ ବ୍ୟବସ୍ଥା ନ କଲେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ଧାରଣରେ ବସିବେ ବୋଲି କହିଛନ୍ତି। ଦେଖିବା ବାକି ରହିଲା ସମସ୍ତଙ୍କ ମୁହଁରେ ଆହାର ହେଉଥିବା ଅନ୍ନଡାଟା କୂଳର କଷ୍ଟର ନିବାରଣ ଏବଂ ସମସ୍ଯାର ସମାଧାନ କେବେ ହେବ।

0
0
0
s2sdefault