ହେଡଲାଇନସ୍:

ପାଇକମାଲରେ ଅତିରିକ୍ତ ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣୀ :ମୋଟ 57 ଟି ଅଭିଯୋଗର ଶୁଣାଣି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଠାରେ ଜିଲ୍ଲାପାଲ ଙ୍କର ଅଭିଯୋଗ ଶୁଣାଣି କାର୍ଯକ୍ରମ ନିର୍ଦ୍ଧାରିତ ଥିଲା । କିନ୍ତୁ କୋଣସି କାରଣବଶତଃ ଜିଲ୍ଲାପାଳ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ । ଜିଲ୍ଲାପାଳଙ୍କର ସ୍ଥାନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଦ୍ଧା ଟପ୍ପୋ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିଥିଲେ । ସମୁଦାୟ 47ଟି ବ୍ୟକ୍ତିଗତ ଓ 10ଗୋଟି ସାମୁହିକ ଅଭିଯୋଗ ର ଶୁଣାଣି କରିବା ସହିତ 4 ଜଣ ହିତାଧିକାରୀ ଙ୍କୁ ଅନ ଦ ସ୍ପଟ ଭତ୍ତା ମଞ୍ଜୁର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଇକମାଲ BDO ଶ୍ରୀ ସଦାଶିଵ ନାୟକ, ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , ସହକାରୀ ଜିଲ୍ଲାପାଳ ସୁମତି ପଣ୍ଡା, ବ୍ଲକର ଅନ୍ୟ ସମସ୍ତ  ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault