ହେଡଲାଇନସ୍:

 ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ (ଶାସକ ପ୍ରଶାସକ):- ବରଗଡ ଜିଲ୍ଲାର ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଆଜି ମନ୍ଦିର ପରିଚାଳନା କମିଟି ଓ ମାରବାଡି ଯୁବା ମଞ୍ଚ ର ମିଳିତ ଉଦ୍ୟମ କ୍ରମେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଉଦଘାଟନ କରିଥିବା ବେଳେ ବହୁ ସଂଖ୍ୟାରେ ଲୋକେ ରକ୍ତଦାନ କରିଥିଲେ । ଗର୍ବର କଥା ହେଲା ଯେ ଏହି ଶିବିରରେ କିଛି ମହିଳା ଓ ପୁରୁଷ ତୀର୍ଥ ଯାତ୍ରୀ ମଧ୍ୟ ରକ୍ତଦାନ କରିଥିଲେ । ଏହି ଶିବିରକୁ ମନ୍ଦିର ପରିଚାଳନା କମିଟିର କର୍ମକର୍ତା , ଯୁବା ମଞ୍ଚର ସଭାପତି ଶ୍ରୀ କମଲେଶ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ନବୀନ ଅଗ୍ରୱାଲ, ନିଲେଶ ଅଗ୍ରୱାଲ ପ୍ରମୁଖ ପରିଚାଳନା କରିଥିବାବେଳେ ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନା ରକ୍ତ ଭଣ୍ଡାରର ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମାହୁତ ଓ ତାଙ୍କର ସହକର୍ମୀ ମନେ ରକ୍ତ ସଂଗ୍ରହ କରିଥିଲେ ।

0
0
0
s2sdefault