ହେଡଲାଇନସ୍:

ପିଟିଦେଲା ଅଜଣା କାର: ତିନି ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )--ଅଜଣା କାର ଧକ୍କାରେ ୩ ଗୁରୁତ୍ତର। ଦୁର୍ଘଟଣା ଘଟାଇବା ପରେ  କାର ଚାଳକ ଦୃତ ବେଗରେ କାର ଚଳାଇ ଫେରାର ହୋଇଯାଇଥିଲା । ଘଟଣାଟି ବାରିପଦା ସଦର ଥାନା ଅନ୍ତର୍ଗତ ଜମ୍ଭୀରଡିହା ଛକ ନିକଟରେ ଘଟିଛି। ଦୁଇଟି ସାଇକେଲରେ ଶଙ୍ଖାଭଙ୍ଗା ହାଟରୁ ଫେରୁଥିବା ବେଳେ ଗୋଟିଏ ଇଣ୍ଡିକା କାର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗୁରୁତରମାନେ ହେଲେ ଖୁଦୁ ଟୁଡୁ(୫୦) , ଟେପ ମାରାଣ୍ଡି ଓ ତାର ପୁତ୍ର ଅବିନାଶ ମାର୍ଣ୍ଡି(୭) । ଅବିନାଶ ଭୂବନେଶ୍ୱର କିଟସର ଛାତ୍ର । ଏମାନଙ୍କ ଘର ଶଙ୍ଖାଭଙ୍ଗା ପଞ୍ଚାୟତ ହେସେଲଡିହି ଗ୍ରାମରେ ବୋଲି ଜଣାପଡିଛି । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ , ମାତ୍ର ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଘରୋଇ ଗାଡିରେ ବାରିପଦା ପିଆରଏମ ମେଡ଼ିକାଲକୁ ପଠାଇ ଦେଇଥିଲେ । ତେବେ ପ୍ରତ୍ୟକ୍ଷଦର୍ଶୀ ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ କାରଟି ଦୃତ ଗତିରେ  ଆସି ସାଇକେଲ ଚାଳକମାନଙ୍କୁ ଧକ୍କା  ଦେଇ ଆଖି ପିଛୁଳାକେ ଫେରାର ହୋଇଗଲା । ସ୍ଥାନୀୟ ଲୋକମାନେ ବାରିପଦା ଦିଗରେ ଯାଉଥିବା କାରକୁ  ଧରିବା ପାଇଁ  ବାଇକରେ ପିଛା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା ।

0
0
0
s2sdefault