ହେଡଲାଇନସ୍:

ଅଟୋକୁ ସାମନା ପଟୁ ଧୋକା ଦେଲା ବୋଲେରୋ : ଜଣକ ପ୍ରାଣହାନୀ, ତିନି  ଆହତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ.ଉଦୟଗିରି/ଗଗନ ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଡୁଗୁଡି ଠାରେ ଅଟୋକୁ ସାମନା ପଟୁ ଧକ୍କା  ଦେଲା ବୋଲେରୋ I ଏହି ମର୍ମନ୍ଦୁତ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି I ମୃତ ବ୍ୟକ୍ତି ଜଣକ ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମ ପଂଚାୟତ ଆଡାସକୁପା ଗ୍ରାମର କିଶୋର ପ୍ରଧାନ (35) ହୋଇଥିବା ଘୁ.ଉଦୟଗିରି ପୁଲିସ ପ୍ରକାଶ କରିଛି  I ଆହତମାନେ ହେଲେ  ସାଗରୀକା ମଲିକ (21) ଏବଂ ଅନ୍ୟ ଦୁଇ ଜଣକୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରା ଯାଇ ଥିବା ଘୁ. ଉଦୟଗିରି ପୁଲିସ ସୂଚନା ଦେଇଛି I ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ OD-12C-2626 ନମ୍ବର ବୋଲେରୋ କଳିଂଗିଆ ଠାରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିଲା I ଏହି ସମୟରେ OD-07F-1798ନମ୍ବର ଅଟୋ ଯାତ୍ରୀଙ୍କୁ  ନେଇ ଘୁ. ଉଦୟଗିରିରୁ  କଳିଂଗିଆ ଅଭିମୁଖେ ଯାଉଥିଲା I ଏତିକି ବେଳେ ଡୁଗୁଡି ଠାରେ ବୋଲେରୋ ଦ୍ରୁତ ଗତିରେ ଆସି ଅଟୋକୁ ସାମନା ପଟୁ ଧକ୍କା  ଦେଇ ଥିଲା I ଘଟଣା ସ୍ଥଳରେ ଜଣକର ମୃତ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି I ଉପସ୍ଥିତ ଥିବା ଲୋକ ଆହତଙ୍କୁ ଉଦ୍ଧାର କରି ଥିଲେ I ଖବର ପାଇ ଆମ୍ବୁଲାନ୍ସ ମୃତ ଦେହ ଏବଂ ଗୁରୁତର ଆହତଙ୍କୁ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା I ଘୁ.ଉଦୟଗିରି ପୁଲିସ ଘଟଣା ସ୍ଥଳ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି I

0
0
0
s2sdefault