ହେଡଲାଇନସ୍:

ଅଢେଇମାସ ପରେ ଶେଷରେ ଚୋରକୁ ଧଇଲା ପୋଲିସ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସାମ୍ବାଦିକଙ୍କ ଚୋରି ବାଇକ ଉଦ୍ଧାର , ଅଭିଯୁକ୍ତ ଗିରଫ 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନଙ୍କ ବାଇକ୍ ରେଢାଖୋଲ ଉପଖଣ୍ତ ଡାକ୍ତରଖାନା ପରିସସରୁ ଗତ ନଭେମ୍ବର ୨ ତାରିଖ ସଂନ୍ଧ୍ୟା ରେ ଚୋରି ହୋଇଥିଲା I ଏ ନେଇ ରେଢାଖୋଲ ଥାନା ରେ କେସ୍ ନଂ ୨୫୭/୨୦୧୯ ରେ ପୂର୍ବରୁ ଏକ ମାମଲା ରୁଜୁ ହୋଇଥିଲା I ଏହା ପରେ ପୋଲିସ୍ ତଦନ୍ତ କରି ଦୀର୍ଘ ଅଢେଇ ମାସ ପରେ ବାଇକ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଙ୍କୁ ଆଜି ଗିରଫ କରିଛି I  ଅଭିଯୁକ୍ତ ଜଣକ ହେଲେ ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଶଙ୍ଖାମାଳ ଗ୍ରାମର ରବି ମେହେର ଙ୍କ ପୁଅ ତଥା ବୌଦ୍ଧ ଜିଲ୍ଲା ମହାକୁଲପାଲି ରେ ଘର ଜ୍ୱାଇଁ ହୋଇ ୫ ବର୍ଷ ହେଲା ରହୁଥିବା ଭୂବନ ବେହେରା (୨୫)I ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି I ପ୍ରକାଶ ଥାଉକି ଅଭିଯୁକ୍ତ ଭୂବନ ବେହେରା ଗତ ନଭେମ୍ବର ୨ ତାରିଖରେ ଗାଡି ଚୋରି କରି ନେଇଥିବା ଅଭିଯୋଗ ହେବା ସହିତ ବିଭିନ୍ନ ଗଣ ମାଧ୍ୟମ ଓ ସୋସିଆଲ ମିଡିଆ ରେ ତାଙ୍କ ଫଟୋ ପ୍ରକାଶ ପାଇ ଭାଇରାଲ ହୋଇଥିଲା I ବିଶେଷ ସୂତ୍ରରୁ ଖବର ପାଇ ରେଢାଖୋଲ ପୋଲିସ ଏସଡିପିଓ ହାଡିବନ୍ଧୁ ସ୍ୱାଇଁ , ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ , ଏଏସଆଇ ତ୍ରୀବେଣୀ ପ୍ରଧାନ ପ୍ରମୁଖ ସଦଳ ବଳେ ଚଢାଉ କରି ବାଇକ ସହ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ I

 

0
0
0
s2sdefault