ହେଡଲାଇନସ୍:

ସଦଭାବନା ଓ ଭାତୃତ୍ୱ ଅତ୍ୟନ୍ତ ବଳିଷ୍ଠ  ହେବା ପାଇଁ ମହୋତ୍ସବ ଏକ ଅନନ୍ୟ ମାଧ୍ୟମ : ଡ଼ ଅରୁଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମିଲା ଶିଶୁପାଳଗଡ ମହୋତ୍ସବର ତୃତୀୟ ସଂଧ୍ୟା, ରବିବାର ଉଦ୍ଯାପନୀ ସନ୍ଧ୍ୟାରେ ଝଲସିବେ ଓଲିଉଡ଼ ତାରକା 

-  ରିତୁରାଜ ମହାନ୍ତିଙ୍କ ସୁଫି ସଂଗୀତରେ ଝୁମିଲେ ଦର୍ଶକ 

-  ଇଣ୍ଡିଆସ୍ ଗଟ ଟ୍ୟାଲେଣ୍ଟରେ ପ୍ରସିଦ୍ଧ ଲାଭ କରିଥିବା ନୃତ୍ୟ ନିର୍ଦ୍ଦେଶକ  ହରିହର ଦାଶଙ୍କ ଚିତ୍ତାକର୍ଷକ ନୃତ୍ୟ ।

ଭୁବନେଶ୍ୱର :, “କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ)” ତରଫରୁ ଆୟୋଜିତ  ଶିଶୁପାଳଗଡ ମହୋସôବ-୨୦୨୦ର ତୃତୀୟ ସଂଧ୍ୟା ବାଳିକା ମାନଙ୍କ ପାଇକ ସମରକଳା ରୁ ଆରମ୍ଭ ହୋଇଥିଲା । ଓଡିଶା ର ବାଳିକାମାନେ ଖଣ୍ଡା ଲାଠି ମାଧ୍ୟମରେ ସାହସିକତାର ସହିତ ପାଇକ ଆଖଡା ପରିଦର୍ଶନ କରିଥିଲେ । ପରେ ପରେ ଶ୍ରୀ ଡ୍ୟାନ୍ସ ଇନଷ୍ଟିଟ୍ୟୁଟର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ “ରାମ ପାଦ ପୂଜା” ଏବଂ ସୋନି ଡ୍ୟାନ୍ସ ଗୃପର କଳାକାର ମାନଙ୍କ ଦ୍ୱାରା ‘ଗଣେଶ  ବନ୍ଦନା’ ନୃତ୍ୟ ପରିବେଷଣ ହୋଇଥିଲା ।

କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବର ତୃତୀୟ ସଂଧ୍ୟା ରେ ମୁଖ୍ୟ ଅତିଥି ଭାବେ  ଉଚ୍ଚଶିକ୍ଷା ଏବଂ କୃଷି, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓଡିଶାର ଇତିହାସ ତଥା ଶିଶୁପାଳଗଡ ଇତିହାସ, ଖାରବେଳଙ୍କ ବୀରତ୍ୱ ପରାକାଷ୍ଠା, ଉତ୍କଳୀୟ  ସଂସ୍କୃତି ପରମ୍ପରାର ଅସ୍ମିତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ମହୋତ୍ସବର ଭୁୟସୀ ପ୍ରଶଂସା କରିବା ସହ ଆମ ଭିତରେ ସଦଭାବନା ଓ ଭାତୃତ୍ୱ ଅତ୍ୟନ୍ତ ବଳିଷ୍ଠ  ହେବା ପାଇଁ ମହୋତ୍ସବ ଏକ ଅନନ୍ୟ ମାଧ୍ୟମ  ବୋଲି ମତବ୍ୟକ୍ତ ରଖିଥିଲେ ।  କାପୋକ ର ସଂପାଦକ  ଚିତ୍ତ ରଞ୍ଜନ ମହାନ୍ତି, ସହ ସଂପାଦକ ରବିନ୍ଦ୍ର ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ତୃତୀୟ ସଂଧ୍ୟାକୁ ଆନୁଷ୍ଠାନିକ  ଭାବରେ ଉଦଘାଟନ କରିଥିଲେ ।  କାପୋକ ତରଫରୁ ସମସ୍ତ କଳାକାର  ଏବଂ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାପୋକର ସଭ୍ୟ  ଭକ୍ତ ଭୂଷଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଟିମ୍ କାପୋକର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶକ  ହରିହର ଦାଶ ଓ ସାଥୀଙ୍କ ‘ସୂରଜ୍ ହୁଆ ମଧମ୍, ଘୁଙ୍ଗୁର, ଏ ବଲମ’  ନୃତ୍ୟ ଦର୍ଶକ ଙ୍କୁ ଆମୋଦିତ  କରିଥିଲା । ଭିକି ଡ୍ୟାନ୍ସ ଗୃପ ର କୁନି କୁନି କଳାକାର ମାନେ ନୃତ୍ୟ ମାଧ୍ୟମରେ ସର୍ଜିକାଲ ଷ୍ଟ୍ରାଇକ ଓ ଶିଶୁ ଶ୍ରମିକ ନୃତ୍ୟ ମାଧ୍ୟମରେ ସଚେତନତା ର ବାର୍ତ୍ତା ବାଣ୍ଟିଥିଲେ ।  ସୋନି ଡ୍ୟାନ୍ସ ଗୃପ ର କଳାକାର ମାନଙ୍କ ଚମତ୍କାର  ଫାୟାର ଡ୍ୟାନ୍ସ କାର୍ଯ୍ୟକ୍ରମର ଅନ୍ୟତମ  ଆକର୍ଷଣ ଥିଲା । ମୁମ୍ବାଇର କଣ୍ଠଶିଳ୍ପୀ ରୁତୁରାଜ ମହାନ୍ତି କଣ୍ଠରୁ ଛେୟାଁ ଛେୟାଁ..., ରମତା ଯୋଗୀ..., ଗଲିୟାଁ ...,  ଅଧୁରି ଜିନ୍ଦଗି ..... ଇତ୍ୟାଦି  ସଂଗୀତ ପରିବେଷଣ କରିଥିବାବେଳେ ଏହାପରେ ପରେ ସୋନି ଡ୍ୟାନ୍ସ ଗୃପର କଳାକାର ମାନଙ୍କ ଓଡିଆ ରିମିକ୍ସ, , ବଲିଉଡ ଫ୍ୟୁଜନ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । 

ମହୋତ୍ସବର ଉଯାପନୀ ଉତ୍ସବ ରବିବାର ର ସଂଧ୍ୟାରେ ଓଡିଆ ଚଳଚିତ୍ର ଓ ଟିଭି ଧାରାବାହିକ କଳାକାର ମାନଙ୍କ ପାଇଁ ସମର୍ପିତ ହେବ । ଶ୍ରୀ ବିଜୟ ମହାନ୍ତି, ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ଶ୍ରୀ ଅନୁଭବ ମହାନ୍ତି, ଶ୍ରୀ ପ୍ରଦ୍ୟୁମ୍ନ ଲେଙ୍କା, ଶ୍ରୀ ବାବୁ ସାନ, ପପୁ ପମ୍ ପମ୍, ସୋମେଶ୍, ଲିପ୍ସା  ମିଶ୍ର, ଅନୁ ଚୌଧୁରୀ, ଏଲିନା ସାମନ୍ତରାୟ, ସୁଭାଶିଷ ଶର୍ମା ପ୍ରମୁଖ ଯୋଗଦେବା ସହିତ ୩୫ ରୁ ଅଧିକ କଳାକାର ମାନଙ୍କୁ  ଶିଶୁପାଳଗଡ ମହୋତ୍ସବରେ  ଓଲିଉଡ ସମ୍ମାନ-୨୦୨୦ରେ ସମ୍ବର୍ଦ୍ଧନା  କରାଯିବ ।                                                                                  

 

 

0
0
0
s2sdefault