ହେଡଲାଇନସ୍:

 ଆସାମର ବିଜେପି ଅଧ୍ୟକ୍ଷ ନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେଷକ ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସାମରେ ଦଳର ସଂଗଠନ ବୃଦ୍ଧି ଓ ଜନସମର୍ଥନ ଆହୁରି ବଢିବ -ଧର୍ମେନ୍ଦ୍ର ପ୍ରଧାନ

 ରଞ୍ଜିତ୍ ଦାସ ବିଜେପିର ସଭାପତି ଭାବେ ମନୋନୀତ

 ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ସମୀକ୍ଷା କଲେ

ଆସାମ/ଭୁବନେଶ୍ୱର,  – କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆସାମ ରାଜ୍ୟ ଗସ୍ତ କରି ବିଜେପିର ଅଧ୍ୟକ୍ଷ ନିର୍ବାଚନରେ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଆସାମ ରାଜ୍ୟର ବିଜେପି ସଭାପତି ଭାବେ ମୋନନୀତ ରଞ୍ଜିତ କୁମାର ଦାସଙ୍କୁ ଅଭିନନ୍ଦନ ଜଣାଇବା ସହ ଆସାମରେ ଦଳର ସଂଗଠନ ବୃଦ୍ଧି ଓ ଜନସମର୍ଥନ ଆହୁରି ବଢିବ ବୋଲି ମତବ୍ୟକ୍ତ କରିଛନ୍ତି ।

ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟରରେ କହିଛନ୍ତି ଯେ ଯୁବ ଏବଂ ଦକ୍ଷତାସମ୍ପନ୍ନ ରଞ୍ଜିତ କୁମାର ଦାସଙ୍କୁ ପୁନର୍ବାର ଆସାମର ବିଜେପି ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବାରୁ ତାଙ୍କୁ ହାର୍ଦ୍ଧିକ ଶୁଭକାମନା । ତାଙ୍କର ଅନୁଭବ ଏବଂ ସାଂଗଠନିକ ଦକ୍ଷତା ଦ୍ୱାରା ଉକ୍ତ ରାଜ୍ୟରେ ବିଜେପିର ଲୋକପ୍ରିୟତା ବଢିବ ।

ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏବଂ ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଆସାମରେ ବିଜେପି ମଜବୁତ୍ ହୋଇଛି ଏବଂ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି । ଆସାମ ସମେତ ସାରା ପୂର୍ବ-ଉତର ରାଜ୍ୟ ଗୁଡିକରେ ବିଜେପିର ଲୋକପ୍ରିୟତା ଓ ଦଳୀୟ ସଂଗଠନ ବୃଦ୍ଧି ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ପୂର୍ବ-ଉତର ରାଜ୍ୟ ଗୁଡିକରେ ଦଳୀୟ ସଂଗଠନକୁ ଆହୁରି ମଜବୁତ୍ କରିବାର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ ଏହି ଅବସରରେ ଶ୍ରୀ ପ୍ରଧାନ ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲଙ୍କୁ ଭେଟିବା ସହ ରାଜ୍ୟରେ ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ସମୀକ୍ଷା କରିବା ସହ ଏହାର ଭିତିଭୂମି ଉପରେ ଗୁରୁତ୍ୱ ଦେଇଥିଲେ ।

0
0
0
s2sdefault