ହେଡଲାଇନସ୍:

  ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ସଚେତନତା କାଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର "ୱାନ ଷ୍ଟପ କେନ୍ଦ୍ର" ସଖୀ ପକ୍ଷରୁ  ବିଭିନ୍ନ ନିର୍ଯ୍ୟାତନା ନେଇ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧିନସ୍ତ ପାରଳାଖେମୁଣ୍ଡି ସ୍ଥିତ  ଆଇ. ଏସ୍ .ଆର.ଡି ଆନୁକୂଲ୍ୟରେ  ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ , କାଉନସିଲର ମିନା କୁମାରୀ ଟହୋଲ ଓ ଶ୍ରୀଦେବୀ ରଇତ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ 'ୱାନ ଷ୍ଟପ କେନ୍ଦ୍ର ସଖୀ' ର  କାର୍ଯ୍ୟକାରିତା ସମ୍ପର୍କରେ କହି ପାରିବାରିକ ଘରୋଇ ହିଂସା ,ଯୌତୁକ ନିର୍ଯ୍ୟାତନା , ବଳାତ୍କାର , ବାଲ୍ୟ ବିବାହ  , କାର୍ଯ୍ୟସ୍ଥଳରେ ହଇରାଣ , ମହିଳା ଓ ଶିଶୁ ଚାଲାଣ ଓ ଅନ୍ୟାନ୍ୟ ହିଂସା ପ୍ରଭୃତି ସମ୍ପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । 

 ଅନ୍ୟ ପକ୍ଷରେ ମହିଳା ମାନଙ୍କ ବିଭିନ୍ନ  ଅସୁବିଧା ସମ୍ପର୍କରେ ପୋଲିସ ଓ ଡାକ୍ତରଙ୍କ ସମେତ ଆଇନଗତ ସହାୟତା ଓ ସାମାଜିକ  ପରାମର୍ଶ କିଭଳି ନେଇପାରିବେ  ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶେଷରେ ୱାନ ଷ୍ଟପ କେନ୍ଦ୍ରର କର୍ମକର୍ତ୍ତା ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

   ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କନିଷ୍ଠ ମହାବିଦ୍ୟାଳୟର  ଅଧ୍ୟକ୍ଷା ଡ଼ଃ ଅରୁଣା ସାମଲଙ୍କ ସମେତ ମହିଳା ଡିଗ୍ରୀ ଓ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପିକା ଗଣ ଓ କର୍ମଚାରୀ ମାନଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault