ହେଡଲାଇନସ୍:

 ପଲିଟେକ୍ନିକ ଅନୁଷ୍ଠାନରେ ଔଦ୍ୟୋଦିକତା  ବିକାଶ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠସ୍ଥରେ ଥିବା ବେତାଗୁଡା଼ ସ୍ଥିତ ସରକାରୀ ପୋଲିଟେକ୍ନିକ ଅନୁଷ୍ଠାନର ସ୍ମାର୍ଟ-କ୍ଳାସ କକ୍ଷଠାରେ ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଉଦ୍ୟୋଗୀକତା ବିକାଶ ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କ "ଶିଳ୍ପ ନିର୍ଦ୍ଦେଶାଳୟ"'ର ସହାୟତାରେ ଏବଂ ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ର ସହଯୋଗରେ ୨ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉଦ୍ୟୋଗୀକତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।

   ଭୁବନେଶ୍ୱର ସ୍ଥିତ ଆଇ:ଇ:ଡି ର ସଂଯୋଜକ ଗୋକୁଳ ନନ୍ଦନ ଭୋଳଙ୍କ ସଭାପତିତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଷ୍ଟେଟବ୍ୟାଙ୍କ ର ଚିଫ୍ ମ୍ୟାନେଜର ବିଷ୍ଣୁ ପ୍ରସାଦ ସାହାଣୀ , ମୁଖ୍ୟଅତିଥି ଭାବେ ଯୋଗଦେଇ ଆମ ଦେଶର ଅର୍ଥନୈତିକ ସ୍ଥିତି ସଙ୍କଟ ଆଡକୁ ଗତି କରୁଛି , ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ ଅଣୁ , କ୍ଷୁଦ୍ର , ଓ ମଧ୍ୟମ  ଉଦ୍ୟୋଗ ସ୍ଥାପନା ସେକ୍ଟର ହିଁ ବିକଳ୍ପ ହୋଇ ଉଦ୍ଧାର କରିପାରିବା ସହ ଦେଶକୁ ସଂକଟମୟ ସ୍ଥିତିରୁ ବଞ୍ଚାଇ ନିଯୁକ୍ତି ସୃଜନକାରୀ କରିପାରିବ ।

   ତେଣୁ ନିଜେ ସ୍ୱାବଲମ୍ବୀ ହେବା ସହ ନିଜର ସମ୍ପର୍କୀୟ , ବନ୍ଧୁ-ବାନ୍ଧବ ଓ ସାଙ୍ଗସାଥି ମାନଙ୍କୁ , ସେମାନଙ୍କ ଆୟର ସୃଜନକାରୀ କରିବା ଦିଗରେ ସାହାଯ୍ୟ କରିବାରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।

    ସରକାରୀ ପୋଲିଟେକ୍ନିକର ପ୍ରିନିସିପାଲ ଗଦାଧର ମହାରଣା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆମର ଦୈନନ୍ଦିନ ଖର୍ଚ୍ଚ ବଢି ଚାଲିଥିବା ବେଳେ  ତାକୁ ମିଟ କରିବା ପାଇଁ ଚାକିରୀରେ ମିଳୁଥିବା ଦରମା ଯଥେଷ୍ଟ ନୁହେଁ , ଯାହା ଫଳରେ ଆମକୁ ସାଇଡ଼ ବ୍ୟୁଜିନେସ କରିବାକୁ ଜରୁରୀ ପଡିଥାଏ , ଏଥିପାଇଁ ଯଦି ଆମେ ଶିଳ୍ପଦ୍ୟୋଗକୁ ଆପଣେଇବା , ତା ହେଲେ ଆମର ଭବିଷ୍ୟତ ପାରିବାରିକ ଦୈନନ୍ଦିନ ଜୀବନ ସ୍ୱଚ୍ଛଳ ହୋଇପାରିବ ବୋଲି କହିଥିଲେ ।

ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଲ୍ଲା ପର୍ଯ୍ୟବେକ୍ଷକ ମନୋଜ କୁମାର ମହାପାତ୍ର ଯୋଗ ଦେଇ ଯୁବକଯୁବତୀ ମାନେ ସମାଜର ଅମୂଲ୍ୟ ସମ୍ପଦ , ସେମାନଙ୍କ ଉପରେ ହିଁ ସମାଜର ବିକାଶ ନିର୍ଭର କରିଥାଏ , ପ୍ରତିଷ୍ଠିତ ଉଦ୍ୟୋଗୀ ହେବାକୁ ହେଲେ ବ୍ୟବହାର ଓ ଆଚରଣ ନିଶ୍ଚିତ ରହିବା ଦରକାର । ନିଷ୍ଠା ଓ କଠିନ ପରିଶ୍ରମ ହିଁ ସଫଳତାର ମାପକାଠି , ଯାହାକି ନିଜର ଲକ୍ଷ ସ୍ଥଳକୁ ପହଞ୍ଚାଇବା ରେ ସହାୟକ ହୋଇଥାଏ । ତେଣୁ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସମ୍ଭାବନାର ସୁଯୋଗ ସୃଷ୍ଟି କରିବାକୁ ଆହ୍ବାନ କରିଥିଲେ ।

     ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଆଇ.ଇ:ଡି.ର ସଂଯୋଜକ ଗୋକୁଳ ନନ୍ଦନ ଭୋଳ, ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଉଦ୍ୟୋଗ ଓ ତା'ର ଲକ୍ଷଣ କ'ଣ , ସଫଳ ଉଦ୍ୟୋଗୀ ପାଇଁ ରହିଥିବା ଗୁଣାବଳୀ ଓ ଲକ୍ଷ ପୁରଣ ପାଇଁ କିଭଳି ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ , ସେ ସବୁର ବିଭିନ୍ନ ଦିଗ ସମ୍ପର୍କରେ କହି ଉପସ୍ଥିତ ସରକାରୀ ପୋଲିଟେକ୍ନିକର ଅନୁଷ୍ଠାନର ଛାତ୍ର ମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିଟେକ୍ନିକ ଅନୁଷ୍ଠାନର    ଫେକଲଟି ସାଗର କୁମାର ବେହେରା ମଞ୍ଚାସୀନ  ଅତିଥି ଭାବେ ଯୋଗ ଦେଇଥିଲେ ।

 

0
0
0
s2sdefault