ହେଡଲାଇନସ୍:

ଚନ୍ଦ୍ରମଣୀ ତୋଟାରୁ ମୃତ ଶରୀର ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବିଜୟ ମଣ୍ଡପ ସାହି ଶେଷରେ ଏବଂ ଭାଲୁ ମୁଣ୍ଡିଆ ତଳେଥିବା ଚନ୍ଦ୍ରମଣୀ ତୋଟାରୁ ଏକ ମୃତ ଶରୀର ଅପରାହ୍ନ ପ୍ରାୟ ୪ ଟାବେଳେ ଓଡ଼ଗାଁ ପୋଲିସ ଉଦ୍ଧାର କରି ଡାକ୍ତରଖାନା ପରିସରରେ ଥିବା ବ୍ୟବଛେଦ ଗୃହରେ ରଖିଛନ୍ତି । ମୃତ ବ୍ୟକ୍ତି ଜଣକ ଓଡ଼ଗାଁ ହରିଜନ ସାହିର ପ୍ରମୋଦ ନାୟକ(୫୫) ବୋଲି ଜଣାପଡିଛି । ୬/୭ ଦିନ ହେବ ଜ୍ୱରରେ ପିଡୀତ ଥିବା ପ୍ରମୋଦ ସ୍ତ୍ରୀକୁ କହି ଆଜି ସକାଳେ କାଠ ଆଣିବାକୁ ଯାଇଥିଲା । ମଧ୍ୟାହ୍ନ  ଗଡିଗଲା ପରେ ଘରକୁ ନଫେରିବାରୁ ଖୋଜାଖୋଜି  କରିବା ପରେ ଚନ୍ଦ୍ରମଣୀ ତୋଟାରେ ବେକରେ ଗାମୁଛା ବନ୍ଦା ହୋଇଥିବା ଅବସ୍ଥାରେ ତାର ମୃତ ଶରୀର ପଡିଥିବା ପରିବାରଲୋକେ ଦେଖିବାକୁ ପାଇଥିଲେ । ଅଭିଯୋଗ ପାଇବା ପରେ ଓଡ଼ଗାଁ ଥାନାରେ ୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତ ଶରୀରକୁ ଉଦ୍ଧାର କରିଥିଲେ । ରବିବାର ଦିନ ଶବବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯିବ । 

0
0
0
s2sdefault