ହେଡଲାଇନସ୍:

ପେଟ୍ରୋଲ ପମ୍ପ ଲୁଣ୍ଠନ ମାମଲାର ରାୟ ପ୍ରକାଶ: ଦୋଷୀକୁ ୧୦ମାସ ଜେଲ ଦଣ୍ଡାଦେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନାର ଜାମୁସାହି ଠାରେ ଥିବା ବନବିହାରୀ ପେଟ୍ରୋଲ ପମ୍ପରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ଖମାରସାହିର ସୁରେନ୍ଦ୍ର ସେଠୀ(୫୫)କୁ ପେଟ୍ରୋଲପମ୍ପରୁ ୯୦ହଜାର ଟଙ୍କା ଲୁଣ୍ଠନ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ଗାଁ ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ୧୦ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ୧୦ମାସରୁ ଅଧିକ କାଳ ଜେଲରେ ରହି ସାରିଥିବା ଯୋଗୁଁ ଚଳିତମାସ ୧୬ ତାରିଖରେ ରାୟ ପ୍ରକାଶ ପାଇବା ପରେ ସୁରେନ୍ଦ୍ର ସେଠୀ ଜେଲରୁ ମୁକୁଳିଥିବା ଜଣାଯାଇଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଟ  ପବ୍ଲିକ ପ୍ରୋସିକ୍ୟୁଟର ରାନୀ ସସ୍ମିତା ପ୍ରଦୀପ କୁମାର ବିଶୋଇ ମାମଲା ପରିଚାଳନା କରିଥିଲେ । 

ସୂଚନା ଥାଉକି ଗତ ତା. ୧୬.୦୪.୨୦୧୯ ରିଖ ସକାଳ ୫.୦୦ସମୟରେ ସ୍ଥାନୀୟ ଜାମୁସାହ ପେଟ୍ରୋଲ ଟାଙ୍କି କାର୍ଯ୍ୟାଳୟରେ କ୍ୟାସିୟର ଟଙ୍କା ଗଣୁଥିବା ବେଳେ ରାତ୍ରଜଗୁଆଳ ସୁରେନ୍ଦ୍ର ସେଠୀ ଠେଙ୍ଗାର ଭୟ ଦେଖାଇ ଗଣୁଥିବା ଟଙ୍କାରୁ ପୁଳା ପୁଳା ଟଙ୍କା ଆଣି ଗାମୁଛାରେ ବାନ୍ଧି ଘଟଣା ସ୍ଥଳରୁ ଚାଲିଯାଇଥିଲା । ଖବରପାଇ ଟାଙ୍କିମାଲିକ ତାକୁ ପିଛାକରି ଜାମୁସାହି ଗାଁରେ ପହଁଚିଥିଲେ । ଟଙ୍କା ମାଗିବାରୁ ସୁରେନ୍ଦ୍ର ଏବଂ କେତେକ ଗ୍ରାମବାସୀ ପ୍ରମାଣ ଖୋଜିଥିଲେ । ଟାଙ୍କିଠାରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିବା ପରେ ସୁରେନ୍ଦ୍ର ଟଙ୍କା ଛଡାଇ ଆଣିବାର ପ୍ରମାଣ ମିଳିଥିଲା । ଏଥିରେ ସୁରେନ୍ଦ୍ର ଉତକ୍ଷିପ୍ତ ହୋଇ ମାଲିକଙ୍କ ପୁଅ ଚିନ୍ମୟ କେଶରୀ ପଟ୍ଟନାୟକଙ୍କ ବାମହାତକୁ କାମୁଡିଦେବା ସହିତ ଏକ ଛୁରୀରେ ବାମହାତ ଏବଂ ଜଙ୍ଘକୁ ଆଘାତ କରିଥିଲା । ତଥାପି ଗ୍ରାମବାସୀଙ୍କ ସହଯୋଗରେ ସୁରେନ୍ଦ୍ର ରଖିଥିବା ୯୦ହଜାର ଟଙ୍କା ମାଲିକ ଫେରି ପାଇଥିଲେ । ଏ ସଂକ୍ରାନ୍ତରେ ଓଡଗାଁ ଥାନାରେ ଅଭିଯୋଗ ହେବା ପରେ ୬୩/୧୯ରେ ମାମଲା ରୁଜୁକରି ଓଡଗାଁ ପୋଲିସ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅନ୍ତର୍ଗତ ବିଡିପୁର ଖମାରସାହି ତଥା ପେଟ୍ରୋଲ ଟାଙ୍କିର ରାତ୍ର ଜଗୁଆଳ ସୁରେନ୍ଦ୍ର ସେଠୀ(୫୫)କୁ ଗିରଫ କରିଥିଲେ । 

0
0
0
s2sdefault