ହେଡଲାଇନସ୍:

ମେଣ୍ଟିବ ହଂସ ପରିବାରର ଦୁର୍ଦ୍ଦଶା : "ଶାସକ ପ୍ରଶାସକ" ଖବର ଉପରେ ତତ୍ପରତା ଦେଖାଇଲେ ସିଏମଓ ଏବଂ ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନପାଲିରୁ ନିରାକାର ମେହେର : ଦୟନୀୟ ସ୍ଥିତିରେ ଜୀବନ ବିତାଉଥିବା ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁ ର ହଂସ ପରିବାରର ଦୁର୍ଦ୍ଦଶା କିନ୍ତୁ ଦୂର ହେବାକୁ ଯାଇଛି ସିଏମଓ ଏବଂ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ  | ହଂସ ପରିବାରର ଦୟନୀୟ ସ୍ଥିତି ସମ୍ପର୍କରେ ଶାସକ ପ୍ରଶାସକରେ ଖବର ବାହାରିବା, ପାଇକମାଳ ଟେମରୀ ଗ୍ରାମର ଟୁଇଟର ଆକ୍ଟିଭିଷ୍ଟ ତଥା ହୁଵା ସମାଜ ସେବି ଦୀପା ବାରିକଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ମନ୍ତ୍ରୀ ଟୁକୁନି ସାହୁ,  ଜିଲ୍ଲାପାଳ ନୂଆପଡାଙ୍କୁ ଟୁଇଟ କରିବା ତଥା ଖବର ବାହାରିବାର ମାତ୍ର ଗୋଟେ ସପ୍ତାହ ଭିତରେ ଜିଲ୍ଲାପାଳ ବିଡ଼ିଓଙ୍କ ଠାରୁ ରିପୋର୍ଟ ମାଗି ସାମାଜିକ କର୍ମୀ ଦୀପା ବାରିକ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ଅନ୍ୟ ଦୁଇଜଣଙ୍କ ଟୁଇଟ କରି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇଛନ୍ତି | 

ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁର କେଦାର ହଂସ ସ୍ତ୍ରୀ -ଗୁଞ୍ଜ ହଂସ ଦୁର୍ଦଶା ଭିତରେ ଗତିକରୁଥିବା ଖବର ଆମେ ଶାସକ ପ୍ରଶାସକ ଖବରରେ ତାରିଖ -9 ଜାନୁଆରୀ 2020 ଦିନ ପ୍ରସାରିତ କରିଥିଲୁ ! ସୂଚନା ଯୋଗ୍ୟ ଜେ ଆମେ ପୂର୍ବରୁ ପ୍ରକାଶିତ ଖବରରେ ପ୍ରକାଶ କରିଥିଲୁ କେମିତି ସରକାରୀ ବାବୁ ଙ୍କ ନାଲି ଫିତା ତଳେ ଚାପି ହୋଇ ରହି ଯାଉଛି ! ଉଦାହରଣ ଭାବେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମ ର କେଦାର ହଂସ ଙ୍କ ପରିବାର ଦୁର୍ଦ୍ଦଶା କଥା ଉଲ୍ଲେଖ କରିଥିଲୁ ! ନିଜସ୍ୱ ଜମିବାଡ଼ି ନ  ଥିବା ବେଳେ ଦିନ ମଜୁରୀ କରି ପରିବାର ଚଳାଉଛନ୍ତି କେଦାର ହେଲେ ସରକାରୀ ଯୋଜନା ଏ ମାନଙ୍କ ପାଇଁ ସାତ ସପନ ପାଲଟିଛି ଯାଇଛି ବୋଲି ଉଲ୍ଲେଖ କରିଥିଲୁ  ! ପ୍ରବଲ ଶୀତ ରେ ମଧ୍ୟ ପଲିଥିନ ତଳେ ଦିନ ରାତି କାଟୁଛନ୍ତି ଏହି କେଦାର ଙ୍କ ପରିବାର !କେଦାର ହଂସ ଙ୍କ ସ୍ତ୍ରୀ ଗୁଞ୍ଜ ହଂସ ସରକାରୀ ଯୋଜନା ପାଇବା ପାଇଁ ପଂଚାୟତ ରୁ ଆରମ୍ବ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଥକି  ଗଲେଣି ହେଲେ କୌଣସି ସରକାରି ବାବୁ କର୍ଣ୍ଣପାତ୍ କରୁ ନାହାନ୍ତି | ହଂସ ପରିବାରଙ୍କୁ ବଂଚିବାର ସର୍ବନିମ୍ନ ସାଧନ ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ଆଉ ସରକାରଙ୍କ ନିକଟରେ ଗୁହାରି ରଖିଥିଲୁ |

ଏହି ଖବର ପଢିବା ପରେ ଯୁବ ସାମାଜିକ କାର୍ଯ୍ୟକର୍ତ୍ତା  ଦୀପା ବାରିକ ତୁରନ୍ତ  ଟ୍ୱିଟ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ, ମହିଳା ଶିଶୁକଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଓ ଜିଲ୍ଲାପାଳ ନୂଆପଡାଙ୍କୁ  ଅବଗତ କରାଇବା ସହ ହଂସ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ  !  ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ହସ୍ତକ୍ଷେପ କରିବା ସହ  ଜିଲ୍ଲାପାଳ ନୂଆପଡା ଏ ସମ୍ପର୍କରେ ସମ୍ପୃକ୍ତ ହିତାଧିକାରୀଙ୍କ ସବିଶେଷ  ଯାଞ୍ଚ କରିବା ପାଇଁ ସିନାପାଲି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହଂସ ପରିବାରଙ୍କୁ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ଦୀପା ବାରିକଙ୍କୁ ପଠାଇଥିବା  ଟ୍ୱିଟରେ ଜିଲ୍ଲାପାଲ ନୂଆପଡା ଉଲ୍ଲେଖ ଉଲ୍ଲେଖ କରିଛନ୍ତି ଜେ ହଂସ ପରିବାରର  ନାମ ରାଜ୍ୟ ସରକାରଙ୍କ ଉଦ୍ଧିଷ୍ଟ ପୋର୍ଟାଲରେ ସ୍ଥାନ ପାଇଁ ନାହିଁ | ତେଣୁ ତାଙ୍କ ର ନାମ କୁ ସହି SECC ଲିଷ୍ଟରେ ସଂଯୋଗ କରି ତାଙ୍କୁ ଆବାସ ଦେବା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ | ପ୍ରାରମ୍ଭିକ ପଦକ୍ଷେପ ଭାବେ ଇତି ମଧ୍ୟରେ ତାଙ୍କୁ ଏକ NFSA କାର୍ଡ ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ ତାଙ୍କୁ ଟ୍ୱିଟ ମଧ୍ୟମ ରେ ଉଲ୍ଲେଖ କରିଛନ୍ତି ! ତେଣୁ "ଶାସକ ପ୍ରଶାସକ" ଖବର ଉପରେ ଏହି ଗରିବ ହଂସ ପରିବାର ଉପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ଜିଲ୍ଲାପାଳ ତ୍ୱରିତ ପଦକ୍ଷେପ ନେଇ ଥିବା ଯୋଗୁ  ଆମେ "ଶାସକ ପ୍ରଶାସକ" ପକ୍ଷରୁ  କୃତଜ୍ଞତା ଜ୍ଞାପନ କରୁଛୁ | 

 

0
0
0
s2sdefault