ହେଡଲାଇନସ୍:

ପ୍ରଭାଗସ୍ତରୀୟ ପାଣି ପଂଚାୟତ ପକ୍ଷ: ପାଣିର ସୁବିନିଯୋଗରେ ଚାଷୀ ଉପକୃତ ହେବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ):; ପାଣିର ସୁବଣ୍ଟନ ପାଇଁ ପାଣି ପଂଚାୟତ ଗଠନ ହୋଇଛି । ଚାଷୀ କେମିତି ସୁରୁଖରୁରେ ପାଣି ପାଇବେ ତାହା ପାଣି ପଂଚାୟତର ଦାୟିତ୍ୱ । ପାଣିର ସୁବିନିଯୋଗରେ ଚାଷୀ ଉପକୃତ ହେବେ । ସ୍ଥାନୀୟ ପାଣି ପଂଚାୟତ ଅଫିସ ଠାରେ  ଡୁମେରବାହାଲ, ସାଇପଲା, ଝାରବନ୍ଧ ପାଣି ପଂଚାୟତକୁ ନେଇ ନୂଆପଡ଼ା  ପ୍ରଭାଗସ୍ତରୀୟ ପାଣି ପଂଚୟତ ପକ୍ଷ ଉଦ୍ଘାଟନ ଉତ୍ସବରେ  ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମଧୁସ୍ମିତା ସାହୁ  ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ନୂଆପଡ଼ା  ଡିଭିଜନ ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଝାରବନ୍ଧ ପାଣି ପଂଚାୟତ ସଭାପତି ଡୋଲଚନ୍ଦ୍ର ସାହୁ, ଡୁମେରବାହାଲ ପାଣି ପଂଚାୟତ କମିଟି ସଭାପତି ଉଗ୍ରସେନ ଭୋଇ, ଉପ ନିର୍ବାହୀ ଯନ୍ତ୍ରୀ ସମରେନ୍ଦ୍ର ସାହୁ, ତୃପ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ସହକାରୀ ନିବାର୍ହୀ ଯନ୍ତ୍ରୀ ଉଲିୟମ କେର୍କେଟା, ସହକାରୀ ଯନ୍ତ୍ରୀ ନିମାଇଁ ନାଏକ, ଗଣେଶ ପଣ୍ଡା କନିଷ୍ଠ ଯନ୍ତ୍ରୀ ବିଘ୍ନରାଜ ପ୍ରଧାନ, କମଳସିଂ ବଞାରା ପ୍ରମୁଖ ସହଯୋଗ କରିଥିଲେ । ପୂର୍ବାହ୍ନରେ ପାଣି ପଂଚାୟତ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ । ଏହି ରଥ ୯ ଦିନ ଧରି ଜିଲ୍ଲାର କୋଣ ଅନୁକୋଣରେ ପାଣି ପଂଚାୟତ ପରିଚାଳନା ନେଇ ସଚେତନତା କରିବ । ଆସନ୍ତା ୨୨ରେ ପାଣି ପଂଚାୟତ ପକ୍ଷ ଉଦଯାପିତ  ହେବ । ମଧ୍ୟାହ୍ନରେ ପତୋରାସ୍ଥିତ ଜୋଙ୍କ ଜଳସେଚନ ବିଭାଗ ଡାକବଙ୍ଗଳାଠାରେ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ, ସୁନ୍ଦର ଜଳସେଚନ ପ୍ରକଳ୍ପକୁ ନେଇ ଜୋଙ୍କ ପ୍ରଭାଗସ୍ତରୀୟ ପାଣି ପଂଚାୟତ ପକ୍ଷ ଉଦ୍ଘାଟିତ ହୋଇଛି । ଅପର ଜୋଙ୍କ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ସାହୁଙ୍କ ଅଧ୍ୟକ୍ଷତାରେ ଏହି ଉଦ୍ଘାଟନୀ ଉତ୍ସବରେ ବିଧାୟକ ରାଜେନ୍ଦ୍ର ଢୋଲକିଆ ମୁଖ୍ୟଅତିଥି, ଆପେକ୍ସ କମିଟି ସମ୍ପାଦକ ଧନିରାମ ସାହୁ, କୋଷାଧ୍ୟକ୍ଷ ମନୋଜ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ କରିବାଜ ବେହେରା, ତରୁଣ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ସହକାରୀ ଯନ୍ତ୍ରୀ ନିମାଇଁ ନାଏକ, କୁତୃ କିଷାନ, ଗୟାସ ସୁରେନ, କନିଷ୍ଠ  ଯନ୍ତ୍ରୀ ସରଭ ପ୍ରଧାନ, ଆଦିଲ ବାଗ, ପାଣି ପଂଚାୟତ ସଭାପତି ପ୍ରକାଶ ଦୀକ୍ଷିତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।      

0
0
0
s2sdefault