ହେଡଲାଇନସ୍:

୩୧ତମ ସଡକ ସୁରକ୍ଷା ସପ୍ତାହ ଉଦଯାପିତ : ଅନ୍ୟମାନଙ୍କ ସହ ରକ୍ତଦାନ କଲେ ଏସପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ): ସ୍ଥାନୀୟ ଆଚଂଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୩୧ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗତ ୧୧ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଛାତ୍ରଛାତ୍ରୀ ଙ୍କ ଏକ ସଚେତନତା ଶୋଭା ଯାତ୍ରାକୁ ଜିଲ୍ଲାପାଳ ମଧୁସ୍ମିତା ସାହୁ ଓ ଜିଲ୍ଲାଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଆନୁଷ୍ଠାନିକ  ଭାବେ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ପଡି ଡିଆରଡିଏ ବୃଷଭ ଚନ୍ଦ୍ର ନାୟକ,ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ଆଚଂଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା,ଏମଭିଆଇ କାଣ୍ଡ ନାୟକ ଯୋଗ ଦେଇଥିଲେ । ଶୋଭାଯାତ୍ରା ସହର ପରିକ୍ରମାକରି ସଡକ ସୁରକ୍ଷା ଓ ଯାନବାହାନ ର ନିୟମକୁ ନେଇ ଛାତ୍ରଛାତ୍ରୀ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ସଡକ ସୁରକ୍ଷା ସପ୍ତାହ  ୧୨ ତାରିଖରେ କୋମନା ଠାରେ,୧୩ ତାରିଖ ଖଡିଆଳ ଠାରେ ୧୪ ତାରିଖ ସଦର ମହକୁମାରେ ଚକ୍ଷୁ ପରୀକ୍ଷା ଶିବିର, ୧୫ତାରିଖ ସିନାପାଲି ଓ ବୋଡେନ ଠାରେ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନାତା, ୧୬ତାରିଖ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଫାଷ୍ଟଏଡ ତାଲିମ ଶିବିର ଓ ୧୭ ତାରିଖ ଏକ ମିନି ମାରାଥନ ନୂଆପଡ଼ା ଠାରୁ ସିଲଦା ପର୍ଯ୍ୟନ୍ତ ଅନୁଷ୍ଠିତ  ହୋଇଥିଲା । 

ଉଦ୍ଯାପନୀ  ଉତ୍ସବରେ  ମୁଖ୍ୟ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ନିଜେ ରକ୍ତଦାନ ଶିବିରରେ ରକ୍ତ ଦାନ କରିଥିଲେ ।  ଆଚଂଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡାଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ,ଉପଜିଲ୍ଲାପାଳ ତରଣୀସେନ ନାୟକ, ପ୍ରେମ ସାହୁ, ଅଧିବକ୍ତା ପ୍ରକାଶ ସ୍ୱାଇଁ,  ମୁଖ୍ୟବକ୍ତା ଶିବପ୍ରସାଦ ବେହେରା, ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଲଲିତ ମୋହନ ବିଶି ପ୍ରମୁଖ ମଚାଂସୀନ ଥିଲେ ।  ସଡକ ସୁରକ୍ଷାର ସମସ୍ତ ନିୟମକୁ ମାନି ଜନସାଧାରଣ ଯାନବାହାନ ଚଲାଇବାକୁ ଅତିଥି ମାନେ ଉଦାହରଣ ଦେଇ ଏହାର କୁପରିଣତିକୁ ନେଇ ବିଷଦ ଭାବେ ଆଲୋକପାତ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ପୁରଷ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ବଡବାବୁ ସୁରେଶ ଚଲାନ, ସନତ କୁମାର ଷଡଙ୍ଗୀ, ରାଜୁ ଢୋଲ, ସନ୍ଦିପ ପଣ୍ଡା, ପୁରୁଷୋତ୍ତମ ପ୍ରଶାଦ, ରାଜକିଶନ ସିଂଦେଓ, ପଦ୍ମ କାଣ୍ଡ, ଲକ୍ଷ୍ମୀକାନ୍ତ ରଣା, ଧରମ ଶବର ପ୍ରମୁଖ ସହଯୋଗ କରିଥିଲେ |

 

0
0
0
s2sdefault