ହେଡଲାଇନସ୍:

ଚାଷୀଙ୍କ ଯୋଗାଣ  ଅଫିସ ଘେରାଉ, ଚାଷୀ ଓ ସିଏସ୍ଓ ମଧ୍ୟରେ ଧସ୍ତାଧସ୍ତି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ): ନୂଆପଡ଼ା  ଜିଲ୍ଲାରେ ଧାନକିଣାରେ ଅବ୍ୟବସ୍ଥା ଲାଗି ରହିଛି । ଟୋକନ୍ ପାଇଥିବା ଚାଷୀଙ୍କ ଧାନ ମଣ୍ଡିରୁ ଉଠୁନାହିଁ । ଏ ସମ୍ପର୍କରେ ଚାଷୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁ ନଥିବାରୁ ଶେଷରେ ଚାଷୀମାନେ ଜିଲ୍ଲା ଯୋଗାଣ ଅଫିସ୍ ଘେରାଉ କରିଥିଲେ । ଏପରିକି ସମସ୍ୟାକୁ ନେଇ ଚାଷୀ ଓ ସିଏସ୍ଓଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଚାଷୀମାନେ ରାଗି ଯାଇ ଯୋଗାଣ ଅଧିକାରୀଙ୍କୁ ଅଫିସ୍  ବାହାରେ ଧସ୍ତାଧସ୍ତି କରିଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଫଳରେ ପୁଲିସ ମୁତୟନ କରାଯାଇଥିଲା । ସୂଚନା ଅନୁସାରେ, ନୂଆପଡ଼ା  ପେକ୍ସ ଅଧୀନରେ ଟାନୱାଟ, ଗୋଡଫୁଲା, ନୂଆପଡ଼ା ମଣ୍ଡିରେ ୬୦ ଜଣ ଚାଷୀଙ୍କ ୪ ହଜାରରୁ ଅଧିକ ବସ୍ତା ଧାନ ପଡିରହିଛି । ଟୋକନ ପାଇବା ଏହି ଚାଷୀମାନେ ମଣ୍ଡିକୁ ଧାନ ଆଣିଥିଲେ । ହେଲେ ମଣ୍ଡିକୁ ମିଲର୍ସ ଆସୁ ନଥିବାରୁ ସେଠାରେ ଧାନ ପଡି ରହିଛି । ଚାଷୀମାନେ ସେଠାରେ ଦିନରାତି ଧାନକୁ ଜଗି ରହିଛନ୍ତି । ଏହାର ପ୍ରତିବାଦରେ  ଚାଷୀମାନେ ନୂଆପଡ଼ା ଯୋଗାଣ  ଅଧିକାରୀ ଅଫିସ ଆଗରେ ଧାରଣା ଦେବା ସହ ଘେରାଉ କରିଥିଲେ । ଚାଷୀ ମାନଙ୍କ ଘେରାଉ ଦେଖି ଯୋଗାଣ ଅଧିକାରୀ ଅଶୋକ କୁମାର ଦାସ ଜିଲ୍ଲାପାଳଙ୍କ ପାଖକୁ ଯାଉଛି, ଆସିଲେ କଥା ହେବି ବୋଲି କହିଥିଲେ । ଅଧଘଣ୍ଟା ପରେ ଜିଲ୍ଲାପାଳ ଅଫିସରୁ ଶ୍ରୀ ଦାସ ଫେରିଥିଲେ ଓ ଚାଷିଙ୍କ ସହ ଆଲୋଚନା କରିଥିଲେ । ମଣ୍ଡି ବନ୍ଦ ଥିବାରୁ ଚାଷୀଙ୍କ ଧାନ ଉଠିବ ନାହିଁ ବୋଲି ଦାସ କହିବାରୁ ଚାଷୀମାନେ ରାଗି ଯାଇ ତାଙ୍କ ସହ ଯୁକ୍ତିତର୍କ କରିବା ସହ ଧସ୍ତାଧସ୍ତି କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ମୁତୟନ କରାଯାଇଥିଲା । ପରେ ପୁଲିସ କର୍ମଚାରୀଙ୍କ ସହ ଚାଷୀ  ଦେବୀ ପ୍ରସାଦ ମିଶ୍ର, ଦେବାନନ୍ଦ ସାହୁ, ପ୍ରସନ୍ନ ସାହୁ, ଯୋଗାଣ ଅଧିକାରୀଙ୍କୁ ସମସ୍ୟା ଉପରେ ସମାଧାନ କରିବାକୁ ଯାଉଥିବାରୁ ଯୋଗାଣ ଅଧିକାରୀ ଚାଷୀ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ଘଟଣା ଉପରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଏଡିଏମ୍ ସୀତାରାମ ପଟେଲ, ଯୋଗାଣ ଅଧିକାରୀ ଆଶୋକ ଦାସଙ୍କୁ ନେଇ  ଏକ ବୈଠକ ବସିଥିଲା । ଉଭୟ ପକ୍ଷରୁ ନୂଆପଡ଼ା ଥାନାରେ ଅଭିଯୋଗ କରାଯାଇଛି । ହେଲେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି । ଏହି ଘେରାଉରେ ଚାଷୀ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ସାହୁ, ଦେବାନନ୍ଦ ସାହୁ, ଦିଲୀପ ସିଂ ମାଝି, ଖଗେଶ୍ୱର ରଣା, ସନ୍ତୋଷ ରାଉତ, ତେଜରାମ ରାଉତଙ୍କ ଶତାଧିକ ଚାଷୀ ସାମିଲ ଥିଲେ । 

0
0
0
s2sdefault