ହେଡଲାଇନସ୍:

ମଉଜ ଡାକି ଆଣିଲା ମରଣ : ଅକାଳରେ ଝଡ଼ିଗଲା ଦୁଇଟି ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଳ ପ୍ରପାତରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ସମ୍ବଲପୁର/ଯୁଯୁମୁରା,( ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ) : ମଉଜ ଡାକି ଆଣିଲା ମୃତ୍ୟୁ । ଜଳ ପ୍ରପାତରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର ।  ଆଜି ପିକନିକ୍ ପାଇଁ ଯାଇଥିବା ବେଳେ ସମ୍ବଲପୁର ଜିଲ୍ଲା  ଯୁଯୁମୁରା ବ୍ଲକ୍  ଦେବଝରଣ ଜଳପ୍ରପାତରେ ଅଘଟଣ ଘଟିଛି । ଗାଧୋଇବା ବେଳେ ଗଭୀର ଜଳରାଶିକୁ ଗୋଡ଼ ଖସି ମୃତ୍ୟୁବରଣ କରିଛନ୍ତି ୨ ଇଞ୍ଜିନିୟରିଂ ଛାତ୍ର । ବୁର୍ଲା ଭିସୁଟ୍ କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ପ୍ରାୟ ୪୦ଜଣ ଛାତ୍ର ଆଜି ଦେବଝରଣ ଜଳପ୍ରପାତକୁ ପିକନିକ୍ କରିବାକୁ  ଯାଇଥିଲେ । ଗାଧୋଇବା ବେଳେ ହଠାତ୍ ଗଭୀର ଜଳକୁ ୨ ଜଣ ଛାତ୍ର ଖସି ପଡ଼ିଥିଲେ । ସେଠାରେ ଭୋଜି ପାଇଁ ଯାଇଥିବା ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି । ଯୁଯୁମୁରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ ୨ ଛାତ୍ର ହୀରାକୁଦ ହିଣ୍ତୋଳକୋ କଲୋନୀର ଅଭିଜିତ ସାମଲ ଓ ଆଉ ଜଣେ ମଧ୍ୟ ପ୍ରଦେଶର ସ୍ୱରୂପ ରଞ୍ଜନ ଦେହୁରିଆ ।

0
0
0
s2sdefault