ହେଡଲାଇନସ୍:

ଆସନ୍ତୁ କିଛି ସମୟ ପାଇଁ ଚାଲିଯିବା ପ୍ରକୃତି କୋଳକୁ , ହଜିଯିବା  କାକାଲବାକିର ନୈସର୍ଗିକତା ଭିତରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସରକାରୀ ଦୃଷ୍ଟି ପଡିଲେ ଆହୁରି ଏହାର ରୂପ ହୋଇଯାଆନ୍ତା ଅଧିକ କମନୀୟ 

ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ : ବ୍ୟସ୍ତ ବହୁଳ ଜୀବନ ଭିତରୁ ଆଉ  କଂକ୍ରିଟ ଜଙ୍ଗଲର ଭିଡଠୁ ଦୁରକୁ ଚାଲିଯିବା ପ୍ରକୃତି କୋଳକୁ ...ତାର ସ୍ନିଗ୍ଧତା ଭିତରକୁ | ଅପେକ୍ଷା କରିଛି ସେ, କୋଳେଇ ନେବ...ସାଉଁଟି ନେବ | ଗ୍ୟାରେଣ୍ଟି ଏତିକି , ନିଶ୍ଚୟ ତା କୋଳରେ ମିଳିବ ଆତ୍ମତୃପ୍ତି | ଆଉ ତାକୁ ଛାଡି ଆସିବାକୁ ଜମା ମନ ହେବନି | 

ତେଣୁ ଚାଲନ୍ତୁ   ଏଥର କନ୍ଧମାଳ କିଲ୍ଲାର କାକାଲବାକି , ଯେଉଁଠି ସଜେଇ ହୋଇଛି ପ୍ରକୃତି ରାଣୀ | କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ବ୍ଲକ I ଏହି ବ୍ଲକ ଅଧୀନରେ ରହିଅଛି କାକାଲବାକି ନାମକ ରମଣୀୟ ତଥା ସୁନ୍ଦର ସ୍ଥାନ I  ବିଭିନ୍ନ ପରଵ ଆସିଲେ ଅଞ୍ଚଳବାସୀଙ୍କ ମଧ୍ୟରେ ଭାବନା ଆସି ଥାଏ I ପର୍ବ ପର୍ବାଣି ଆସିଲେ କାକାଲ ବାକିକୁ ଅଞ୍ଚଳ ବାସୀଙ୍କ  ଲମ୍ବା ଧାଡି ଲାଗିଥାଏ ଇ   ଚତୁର୍ପାଶ୍ୱ ଘେରି ଅଛି ସବୁଜ ଜଙ୍ଗଲ I କେବଳ ସେତିକି ନୁହେଁ ବଡ଼ବଡ଼ ପଥର ସନ୍ଦୀକୁ ଭେଦ କରି କୁଳୁକୁଳୁ ନାଦଦେଇ ବହି ଯାଉଛି ସୁନ୍ଦର ଝରଣା I ଯାହାକି ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ I ଅଞ୍ଚଳ ବାସୀ ନୂଆବର୍ଷ, ବଡ଼ଦିନ, ଛାଡ଼ଖାଇ ଇତ୍ୟାଦି ପର୍ବ ପର୍ବାଣିରେ ବଣଭୋଜି କରିବା ସହ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ କାକାଲବାକିକୁ ଯାଇଥାନ୍ତି I ବଣଭୋଜି କରିବା ସହ ବେଶ ମଜା ମଧ୍ୟ ନେଇଥାନ୍ତି ଜନସାଧାରଣ I

ହେଲେ କାକାଲବାକିକୁ ଇକୋଟୁରିଜିମ ଭାବରେ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବହୁ ବର୍ଷ ହେବ ଅଞ୍ଚଳ ବାସୀ ଦାବୀ କରି ଆସୁଛନ୍ତି I କିନ୍ତୁ ଅଜି ପର୍ଯ୍ୟନ୍ତ କାକାଲବାକିର ବିକାଶ ହୋଇ ନାହିଁ I ତେଣୁ ପର୍ଯ୍ୟଟନ ସ୍ଥଳୀ ଭାବେ କାକାଲବାକିକୁ ବିକାଶ କରିବା ସହ ବଣ ଭୋଜି ପାଇଁ ଶେଡ ତିଆରି ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I ଏହା ସହ ବନ ବିଭାଗ ତରଫରୁ ବିଭିନ୍ନ ସୁନ୍ଦର ସୁନ୍ଦର ଫୁଲଗଛ ଏବଂ ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ଗଛ ଲଗାଇ କାକାଲବାକିକୁ ସୌନ୍ଦର୍ଯ୍ୟ କରଣ ପାଇଁ ମଧ୍ୟ ସାଧାରଣରେ ଦାବୀ ଉଠିଛି I କାକାଲବାକି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଲାଗି ରହିଅଛି I ଏହି ସ୍ଥାନକୁ ଯିବାକୁ ହେଲେ କଳିଙ୍ଗ ମହାବିଦ୍ୟାଳୟ,ଷ୍ଟାଡିୟମ, ଏବଂ ଆଦର୍ଶ ବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଦେଇ ଯିବାକୁ ପଡ଼ିଥାଏ I କାକାଲବାକିକୁ ଲାଗି ରହି ଅଛି କୃଷି ବିଜ୍ଞାନକେନ୍ଦ୍ରର ଅତି ସୁନ୍ଦର ବଗିଚା I ଏହି ବଗିଚା  ବିଭିନ୍ନ ସୁନ୍ଦର ସୁନ୍ଦର ଗଛରେ ପରିପୂର୍ଣ୍ଣ I ଯାହାକି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବା ପାଇଁ ଯଥେଷ୍ଟ ବୋଲି ଅଞ୍ଚଳର ସଚେତନ ନାଗରିକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି I ଏହା ପୂର୍ବରୁ ସ୍ଥାନୀୟ ଲୋକ ଜ଼ିଲ୍ଲା ପ୍ରଶାସନକୁ ପତ୍ର ମଧ୍ୟରେ ଲେଖି ଜଣାଇ ଥିଲେ I ହେଲେ ପଦକ୍ଷେପ ଶୁନେ I କାକାଲବାକିର ବିକାଶ ହେଲେ ପର୍ଯ୍ୟଟକ ଆସିବେ ଏବଂ ଅଞ୍ଚଳର ଆର୍ଥିକ ସ୍ଥିତିରେ ପରିବର୍ତନ ଆସିବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି I

0
0
0
s2sdefault