ହେଡଲାଇନସ୍:

ରାସ୍ତା ପାର୍ଶ୍ୱ ଚାରାଗଛ ଉପୁଡ଼ାକୁ କେନ୍ଦ୍ର କରି ବନ କର୍ମଚାରୀଙ୍କୁ ଆକ୍ରମଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବନାଂଚଳ ବାହାଡ଼ାଝୋଲା ବନପାଳଙ୍କ ଅଧିନସ୍ଥ ଆମ୍ବପଡ଼ା ବିଟ୍ ହାଉସର କାର୍ଯ୍ୟରତ ଭାରପ୍ରାପ୍ତ ବନପାଳଙ୍କୁ ରାସ୍ତାପାଶ୍ୱର୍ସ୍ଥ ଚାରାଗଛ ଉପୁଡ଼ାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ବାହାଡ଼ାଝୋଲା ମହିପୁର ପିଡବ୍ଲୁଡି ରାସ୍ତାରୁ ଆମ୍ବପଡ଼ା ଯାଇଥିବା ୬ କିମି. ଆରଡି ରାସ୍ତାର ଉଭୟ ପାଶ୍ୱର୍ରେ ବନ ବିଭାଗ ଦ୍ୱାରା ଆମ୍ବ, ପଣଷ, ଜାମୁ, ନିମ, କରଞ୍ଜ, କଦମ୍ବ ଆଦି ଗଛର ଚାରା ରୋପଣ କରାଯାଇଥିଲା ।  ତାକୁ ସୁରକ୍ଷା ଦେବା ପାଇଁ ଅଟେଇ ଲଗା ଯାଇଥିବା ବେଳେ ନିୟମିତ ପାଣି ଦେବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ରାସ୍ତା କଡ଼ରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଦ୍ୱାରା ପମ୍ପ ହାଉସ ନିର୍ମାଣ ପାଇଁ ଗୁରବାର ବିଳମ୍ବିତ ରାତିରେ ଜେସିବି ଲଗାଇ ୧୪ଟି ଚାରାଗଛ ସହିତ ଅଟେଇକୁ ଉପାଡ଼ି ଫିଙ୍ଗି ଦିଆଯାଇଥିଲା । ଖବର ପାଇ ବନରଖି ଶୁଭେନ୍ଦୁ ନାୟକ ଘଟଣା ସ୍ଥଳରେ ପହଁଚିଥିଲେ । ଏବଂ ସେଠାରେ ପମ୍ପହାଉସ୍ ନିର୍ମାଣ କାର୍ଯ୍ୟ କରୁଥିବା ମିସ୍ତ୍ରୀ ଏବଂ ମଜୁରିଆକୁ ଚାରାଗଛ ଉପୁଡ଼ା ସମ୍ପର୍କରେ ପଚାରି ଘରକୁ ଫେରୁଥିଲେ । ଏହି ସମୟରେ ପମ୍ପହାଉସ କାର୍ଯ୍ୟ କରୁଥିବା ମହିପୁରୁର ଠିକାଦାର ରାଜେନ୍ଦ୍ର ପାତ୍ର ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବାଇକରେ ଆସି ବନକର୍ମଚାରୀ ଶୁଭେନ୍ଦୁଙ୍କୁ ଅଟକାଇଥିଲା । 

ଗାଡ଼ିରୁ ଟାଣି ତଳେ ପକାଇଦେଇ ବେକରେ ମାଡି ବସିଥିଲେ । ଚିତ୍କାର  ଶୁଣି ୱାଚମ୍ୟାନ ଚିତ୍ରସେନ ନାୟକ ଘଟଣା ସ୍ଥଳରେ ପହଂଚିବାରୁ ଶୁଭେନ୍ଦୁ ରକ୍ଷା ପାଇଥିଲେ । ଏଥି ସହିତ ରାଜେନ୍ଦ୍ରଙ୍କ ରାଗ କମିନଥିଲା ଜୀବନରେ ମାରିଦେବାକୁ ଧମକଦେଇ ଶୁଭେନ୍ଦୁଙ୍କ ଜାତିକୁ ନିନ୍ଦା କରିଥିଲେ । ଏ ସଂକ୍ରାନ୍ତରେ ଶୁଭେନ୍ଦୁ ବାହାଡ଼ାଝୋଲା ବନପାଳ ସରୀତା ବରାଳଙ୍କୁ କହିବା ପରେ ଓଡ଼ଗାଁ ବନାଂଚଳ ଅଧିକାରୀ ରବିନ୍ଦ୍ର ପଣ୍ଡାଙ୍କ ସହିତ ଆସି ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ୧୭/୨୦୨୦ରେ ଏକ ଆଟ୍ରୋସିଟି  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।     

0
0
0
s2sdefault