ହେଡଲାଇନସ୍:

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜିକା ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଏକ ସଚେତନତା ରଥର  ଶୁଭାରମ୍ଭ ହୋଇଛିଯାଇଛି।

   ଏହି ରଥକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତକା ଦେଖାଇ ଉଦ୍ ଘାଟନ କରିଥିଲେ।   ଏହି ରଥ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଳକ ଓ ପଞ୍ଚାୟତ ପରିଭ୍ରମଣ କରି ପାଣି ପଞ୍ଚାୟତର ଉଦ୍ଦେଶ୍ୟ ଏବଂ ତାହାର ଆବଶ୍ୟକତା ବିଷୟରେ ଜନସଚେତନତା କରାଇବ।   ପାଣି ପଞ୍ଚାୟତ ବ୍ୟବସ୍ଥା ମୁଖ୍ୟତଃ କୃଷକ ମାନଙ୍କ ପାଇଁ ସେମାନଙ୍କ ଜମିରେ କିପରି ଭାବେ ଜଳସେଚନ ବ୍ୟବସ୍ଥା କରାଯାଇପାରିବ ସେ ବିଷୟରେ ବିଶେଷ ଦୃଷ୍ଟି ଦେବା।

  ସେହି ପରି ଭାବେ ଅନେକ ସ୍ଥାନରେ  ବିଦ୍ୟୁତ  ନଥିଲେ ମଧ୍ୟ ସେଠାରେ ସୌରଶକ୍ତିକୁ ଉପଯୋଗ କରି କିପରି ଜଳସେଚନ ବ୍ୟବସ୍ଥା କରାଯାଇପାରିବ ଏବଂ ସେଠାରେ ଉତ୍ତମ ଚାଷ ହୋଇ ପାରିବ ତାହା ମଧ୍ୟ ପାଣି  ପଞ୍ଚାୟତର  ଏକ ମୁଖ୍ୟ ଉଦ୍ଦେଶ୍ୟ । 

ଏହି ରଥ ଜିଲ୍ଲାର ୭ ଗୋଟି ବ୍ଳକର ବିଭିନ୍ନ ପଞ୍ଚାୟତ ବୁଲି ସଚେତନ କରିବ ବୋଲି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜିକାର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ରାଉତ କହିଛନ୍ତି।

0
0
0
s2sdefault