ବାରିପଦା,(Dillip Mohanty): ଜାନୁଆରୀ ୧୭ ଅପରାହ୍ନ ୩ଟା ସମୟରେ ବାରିପଦା ସହରର ଉପକଣ୍ଠ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ କାଠପାଳ ସ୍ପିନିଂମିଲ୍ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଦନ୍ତାହାତୀ ବୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ହାତୀଟି ବାରିପଦା ଦେଇ ଜାତୀୟରାଜପଥ ୧୮ ନମ୍ବର ଜାତୀୟ ରାଜପଥ ପର୍ଶ୍ବରେ ବୁଲୁଥିଲା । ତେବେ ହାତୀଟି ଏକୁଟିଆ ବୁଲୁଥିବାରୁ ଜଙ୍ଗଲରେ ଅନ୍ୟ ହାତୀ ଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ହାତୀଟି ସହରର ନିକଟରେ ବୁଲୁଥିବା ହେତୁ ସହରବାସୀଙ୍କ ସହ ରାଜପଥ ଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ମଧ୍ୟରେ କୁକୁଆ ଭୟ ସୃଷ୍ଟି କରାଇଛି ।
ରାଜ୍ୟ
ବାରିପଦା ସହର ନିକଟସ୍ଥ ସ୍ପିନିଂମିଲ୍ ଜଙ୍ଗଲରେ ଦନ୍ତାହାତୀ ।
- Hits: 241