ହେଡଲାଇନସ୍:

ଓଏଏସ ଯୋଗ୍ୟତା ହାସଲ କଲେ ନନ୍ଦିଘୋରର ରଶ୍ମିରଞ୍ଜନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମର ରଶ୍ମୀରଞ୍ଜନ ସେନାପତି ଓଡ଼ିଶା ପ୍ରଶାସନିକ ସେବା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳି ଯାଇଛି । କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ପ୍ରକାଶ ପାଇଥିବା ଓଏଏସ ତାଲିକାର ୬୯ତମ ସ୍ଥାନରେ ରହିଛନ୍ତି । ସେ ବରିଷ୍ଠ  ଆଇନଜିବୀ ସୁରେନ୍ଦ୍ର କୁମାର ସେନାପତି ଓ ମଞ୍ଜୁବାଳାଙ୍କ ସୁପୁତ୍ର ଅଟନ୍ତି । ସେ ନନ୍ଦିଘୋରସ୍ଥିତ ଜବାହାରଲାଲ ବିଦ୍ୟାପୀଠରୁ ମାଟ୍ରିକ ପାଶ୍ କରିବା ପରେ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଯୁକ୍ତ ୨(ବିଜ୍ଞାନ) ରେ ସଫଳତାର ସହିତ ଉତ୍ତୀର୍ଣ  ହୋଇଥିଲେ ।  ବିପିୟୁଟିରୁ ବିଟେକ(ମେକାନିକାଲ) ଓ ହିମାଚଳପ୍ରଦେଶସ୍ଥିତ ହମିରପୁର ଏନଆଇଟିରୁ ଏମ୍ ଟେକ୍ ଡିଗ୍ରୀ ହାସଲ କରିବାପରେ ସେ ଇଷ୍ଟକୋଷ୍ଟ ରେଲୱେରେ ତାଲିମ ନେଉଥିବା ଜଣାଯାଇଛି ।  ଭଭିଷ୍ୟତରେ ସେ ସର୍ବଭାରତୀୟ ପ୍ରଶାସନିକ ସେବା(ସିଭିଲ ସର୍ଭିସ) ପାଇଁ ପସ୍ତୁତ ହେଉଥିବା କହିଛନ୍ତି । ଓଡ଼ଗାଁ ବ୍ଲକରେ କାର୍ଯ୍ୟରତ ଗ୍ରାମପଂଚାୟତ ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ବେହୁରା ମଧ୍ୟ ଓଡ଼ିଶା ପ୍ରଶାସନିକ ସେବା ଯୋଗ୍ୟତା ହାସଲ କରିଛନ୍ତି । 

 

0
0
0
s2sdefault