ହେଡଲାଇନସ୍:

ଶେଷ ହେଲା ବିଜେପି ସଙ୍ଗଠନ ପର୍ବ : କାଲି ଦାୟିତ୍ୱ ଗ୍ରହଣ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଜେପି ହେଉଛି ଭାରତର ସବୁଠାରୁ ବଡ ରାଜନୈତିକ ଦଳ । ଏହି ଦଳରେ ଗଣତାନ୍ତ୍ରିକ ପଦ୍ଧତିରେ ବୁଥ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି,ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ହୋଇଥାଏ । ପ୍ରତି ୩ ବର୍ଷରେ ଥରେ ବିଜେପି ଦଳରେ ନିର୍ବାଚନ ପ୍ରକ୍ରିୟା ହୁଏ । ଠିକ୍ ସେହିପରି  ଆଜି ଗଣତାନ୍ତିକ ପଦ୍ଧତିରେ ରାଜ୍ୟ ସଭପତି ନିର୍ବାଚନର ନାମାଙ୍କନ ଶେଷ ହୋଇଛି । ନାମାଙ୍କନର ୬ ସେଟ ପ୍ରସ୍ତାବିତ ପତ୍ର ଦାଖଲ ହୋଇଥିଲା । ସମସ୍ତ ପ୍ରସ୍ତାବିତ ପତ୍ରରେ କେବଳ ସମୀର ମହାନ୍ତିଙ୍କ ନାଁ ଉଲ୍ଲେଖ ଥିଲା । ଯାଂଚ ପରେ ଅନ୍ୟ କୌଣସି ନାଁ ନଥିବାରୁ କେବଳ ସମୀର ମହାନ୍ତିଙ୍କ ନାମାଙ୍କନ ପତ୍ର କାୟମ ରହିଛି ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଘୋଷଣା କରିଛନ୍ତି ।

ଆସନ୍ତାକାଲି ୧୦ଟା ସମୟରେ ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ସଭାପତିଙ୍କୁ ପୂର୍ବ ସଭାପତି ଓ ସାଂସଦ ଶ୍ରୀ ବସନ୍ତ ପଣ୍ଡା ଦାୟୀତ୍ୱ ପ୍ରଦାନ କରିବେ । ଏହା ପରେ ଦଳୀୟ କାର୍ଯ୍ୟକର୍ତା ମାନେ ନବନିର୍ବାଚିତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ତୋମାର କହିଛନ୍ତି ।

୨୦୧୯ ଜୁଲାଇ ୬ ତାରିଖରେ ଯେଉଁ ସାଙ୍ଗଠନିକ ପର୍ବ ଆରମ୍ଭ ହୋଇଥିଲା ତାହା ସମାପ୍ତି ହୋଇଛି । ଯାହା ଫଳରେ ଓଡିଶାରେ ବିଜେପି ୨୩ ହଜାରରରୁ ଉଦ୍ଧ୍ୱର୍ ବୁଥ୍ କମିଟି ଗଠନ କରିପାରିଛି । ଏହା ସହ ୮୦୦ଟି ମଣ୍ଡଳ କମିଟି ଗଠନ ହୋଇପାରିଛି ଏବଂ ୩୪ଟି ସାଙ୍ଗଠନିକ ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଛି । ସର୍ବମୋଟ ୧୯୦ ଜଣ ରାଜ୍ୟ ପରିଷଦ ସଦସ୍ୟ ଘୋଷଣା ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ରଂଜନ ପଟେଲ କହିଛନ୍ତି ।

ଏହି ଅବସରରେ ରାଷ୍ଟ୍ରୀୟ ସହ ସାଧାରଣ ସଂପାଦକ (ସଂଗଠନ) ସମ୍ପାଦକ ଶ୍ରୀ ସୌଦାନ ସିଂ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଓଡିଶା ପ୍ରଭାରୀ ସାଂସଦ ଶ୍ରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ,  ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault