ହେଡଲାଇନସ୍:

"ଗଣତାନ୍ତ୍ରିକ  ଶାସନ ବ୍ୟବସ୍ଥାରେ ନାଗରିକ ମାନେ ପ୍ରକୃତ ମାଲିକ" : ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମୋ ସରକାରରେ ସାମିଲ ହେଲା ଶିଳ୍ପ, ଏମଏସଏମଇ ବିଭାଗ | 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ ଆସିଛି  ଶିଳ୍ପ, ଏମଏସଏମଇ ବିଭାଗ | ଏ ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି  ଲୋକସେବା ଭବନଠାରେ ବିଧିବଦ୍ଧ  ଘୋଷଣା କରିଛନ୍ତି | ମୋ ସରକାର କାର୍ଯ୍ୟକ୍ରମରେ ଧାର୍ଯ୍ୟ ମାପଦଣ୍ଡ ଓ ଆହ୍ବାନ ଅନୁଯାୟୀ ଏହି ଦୁଇଟି ଗୁରୁତ୍ୱପୂର୍ଣ ବିଭାଗ କାର୍ଯ୍ୟ କରିବାରେ ସକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ  ଆଶା ବ୍ୟକ୍ତ କରିଛନ୍ତି |

ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍ତି ଯେ " ମୋ ସରକାର ଗତବର୍ଷ ଗାନ୍ଧୀ ଜୟନ୍ତୀରେ ଦୁଇଟି ବିଭାଗ (ସ୍ୱାସ୍ଥ୍ୟ ଓ ସ୍ବରାଷ୍ଟ୍ର ବିଭାଗ) କୁ ସାମିଲ କରି ଆରମ୍ଭ ହେବା ପରଠାରୁ ଏଯାବତ ୮ଟି ପ୍ରମୁଖ ବିଭାଗ ଏଥିଲେ ସାମିଲ ହୋଇସାରିଲେଣି | ଅନ୍ୟ ବିଭାଗ ଗୁଡିକ ମଧ୍ୟ ଏହି ଅଭିଯାନରେ ସାମିଲ ହେବ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି | ମୋ ବିଶ୍ୱାସ, ଏ ଯାବତ ସମସ୍ତ ସରକାରୀ କର୍ମଚାରୀ ବା ଲୋକ ସେବକ ମୋ ସରକାରର ଲକ୍ଷ ବା ଉଦ୍ଦେଶ୍ୟ ବୁଝି ସାରିବେଣି | ଏହା ପ୍ରଶାସନ ଓ ଶାସନ କ୍ଷେତ୍ରରେ ଏକ ଆନ୍ଦୋଳନ | ବ୍ରିଟିଶ ରାଜ ବେଳ ଠାରୁ ଲୋକସେବକ ବା ପ୍ରଶାସନର ଗାଡି ଆସୁଥିବା ମାନସିକତାରେ ପରିବର୍ତ୍ତନ କରି ଲୋକଙ୍କୁ ସୁଶାସନ ପାଇଁ ଉଦ୍ଦିଷ୍ଟ | ହେଲେ ଆମକୁ ମନେ ରଖିବାକୁ ପଡିବ ବଜାରରେ ଗ୍ରାହକ ଯେମିତି ଇଶ୍ୱର, ସେମିତି ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ନାଗରିକ ମାନେ ପ୍ରକୃତ ମାଲିକ | ତେଣୁ ମୋ ସରକାରରେ ସାମିଲ ହୋଇ ଶିଳ୍ପ ଓ ଏମଏସଏମଇ ବିଭାଗ ଲୋକମାନଙ୍କ ଆଶା ପୁରଣ କରିବା ସହ ରାଜ୍ୟକୁ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଦେଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି |

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ତାଙ୍କ ବିଭାଗ ମୋ ସରକାରରେ ସାମିଲ ହେବାକୁ ଐତିହାସିକ ବୋଲି ବର୍ଣ୍ଣନା କରିବା ସହ ରାଜ୍ୟରେ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ବେଶ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି | ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଶିଳ୍ପ ଭୁଭାଗର ଅଫିସର ଓ କର୍ମଚାରୀମାନେ ସକାରାତ୍ମକ ଢଙ୍ଗରେ ଜାମା କରିବା ପାଇଁ ପରାମଶ ଦେଇଥିଲେ | 

ଏହି ଅବସରରେ ମୋ ସରକାର କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ୫ ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ କଳାହାଣ୍ଡି, ଅନୁଗୁଳ, ଯାଜପୁର, କଟକ ଜିଲ୍ଲା ଶିଳ୍ପ କେନ୍ଦ୍ରର ମ୍ୟାନେଜରଙ୍କ ସହ କଥା ହୋଇଥିବା ବେଳେ ଗଜପତି, ରାଉରକେଲା, ସମ୍ବଲପୁରରେ ଅବସ୍ଥାପିତ ଇଡକୋ ଜେନେରାଲ ମ୍ୟାନେଜର ମାନଙ୍କ ସହିତ ମୋ ସରକାରର ଆଭିମୁଖ୍ୟ ଓ ଏହାର କାର୍ଯ୍ୟାନ୍ୱୟନ ଉପରେ ସବିଶେଷ ଆଲୋଚନା କରିଥିଲେ | ଓଡିଶାକୁ ଏକ ଆଧୁନିକ ଓଡିଶା ଭାବେ ଗଢି ତୋଳିବା ପାଇଁ କାର୍ଯ୍ୟ କରିବା ସହ ନିଜେ ନିଜେ ଆଧୁନିକ ଓଡ଼ିଶାର ପ୍ରତୀକ ହେବ ପାଇଁ ଶ୍ରୀ ପାଣ୍ଡିୟାନ ପରାମର୍ଶ ଦେଇଥିଲେ |

 ଶିଳ୍ପ, ଏମଏସଏମଇ ସଚିବ ହେମନ୍ତ କୁମାର ଶର୍ମା  ମୋ ସରକାର ପାଇଁ ବିଭାଗର ପ୍ରସ୍ତୁତି ଉପରେ କହିଥିବା ବେଳେ ଇଡକୋ ସିଏମଡି ସଞ୍ଜୟ ସିଂ ଧନ୍ୟବାଦ ଅର୍ପଣ କରିଥିଲେ | 

  

0
0
0
s2sdefault