ହେଡଲାଇନସ୍:

ହାଇୱା ଗାଡିରେ ବେଆଇନ ଭାବରେ ବାଲିଚାଲାଣ , ୨୦ ହଜାର ଟଙ୍କା ଫାଇନ୍ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଞ୍ଚଳରେ ହାଇୱା ଗାଡିରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ଧରା ପଡିବାରୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି । ଓଡି ୧୮ଇ ୨୧୮୧ ନମ୍ବର ବିଶିଷ୍ଟ ଏକ ହାଇୱା ଗାଡିରେ ବାଲି ହେଉଥିବା ସମ୍ପର୍କରେ ଖବର ପାଇ ସ୍ଥାନୀୟ ତହସିଲ ପକ୍ଷରୁ ଗାଡିକୁ ସ୍ଥାନୀୟ ପେଟ୍ରୋଲ ପମ୍ପ ରାସ୍ତାରେ ଅଟକାଇ ବାଲିଚାଲନ ସମ୍ପର୍କିତ କାଗଜପତ୍ର ମଗାଯାଇଥିଲା । ଏ ସଂକ୍ରାନ୍ତରେ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ଗାଡ଼ିଟିକୁ ତହସିଲ କାର୍ଯ୍ୟଳୟଠାରେ ଅଟକ ରଖାଯାଇଥିଲା ।ବେଆଇନ ବାଲିଚାଲନ କରୁଥିବା ଅଭିଯୋଗ ରେ ସେହି ଗାଡିକୁ ୨୦ ହଜାର ଟଙ୍କା ଫାଇନ୍ କରାଯାଇଥିବା ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଏହି ଅଞ୍ଚଳରୁ ବିଭିନ୍ନ ନଦୀପଠାରୁ ବାହାର ଜିଲ୍ଲାକୁ ପ୍ରତେକ ଦିନ ୧୦ ରୁ ୧୨ ଟା ହାଇୱା ରେ ବିନା ସୁରକ୍ଷା ଢାଙ୍କୁଣୀ ରେ ଦିନ ରାତି ଜେସିବୀ ସାହାଯ୍ୟରେ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହୁଏ । ଯାହାଫଳରେ ରାସ୍ତା ଯାଉଥିବା ବାଇକ ଆରୋହୀଙ୍କର ଆଖି ଉପରେ ବାଲି ଗୁଣ୍ଡ ପଡି ଦୁର୍ଘଟଣା ଶିକାର ହୋଇଥାନ୍ତି । ବାଲି ଚୋରାଚାଲାଣ କରୁଥିବା ଫଳରେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ ଘଟିଛି ।

0
0
0
s2sdefault