ହେଡଲାଇନସ୍:

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମକର ଭେଟି, ଦାଦନ ରୋକିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶାର ଅବସାନ ତଥା ଆର୍ଥିକ ମାନଦଣ୍ଡର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି କେତେକ ଗୁରୁତ୍ୱପୂର୍ଣ ଘୋଷଣା । ସେମାନଙ୍କୁ ଦେଇଛନ୍ତି ମକର ଭେଟି । ଓଡ଼ିଶାର 4ଗୋଟି ଜିଲ୍ଲା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାର 20ଟି ବ୍ଲକ ପାଇଁ ଲାଗୁ ହେବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଥିବା ଏହି ପ୍ୟାକେଜ । ଜୟଦେବ ଭବନ ଠାରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କରିଛନ୍ତି ଏହି ମହତ୍ୱକାଂକ୍ଷୀ ଘୋଷଣା ।

ପ୍ରଥମତଃ ଉପରୋକ୍ତ 4ଟି ଜିଲ୍ଲାର 20ଟି ବ୍ଲକରେ ଶ୍ରମିକମାନଙ୍କ ପାଇଁଏମଜି ନରେଗା ଅନ୍ତର୍ଗତ କାର୍ଯ୍ୟ ଦିବସ ଓ ମଜୁରୀ ବୃଦ୍ଧି କରିଛନ୍ତି । ସବୁଠି 100 ଦିନର କାମ ମିଳୁଥିବାବେଳେ ଏହି ସବୁ ଜିଲ୍ଲାର ଚିହ୍ନିତ ବ୍ଲକ ଗୁଡିକରେ ଆଗ୍ରହୀ  ଶ୍ରମିକଙ୍କୁ 200 ଦିନର କାମ  ଯୋଗାଇ ଦିଆଯିବ । ସେହିପରି ସବୁଜାଗାରେ ଦୈନିକ ମଜୁରୀ 188 ଟଙ୍କା ଥିବାବେଳେ ଉପରୋକ୍ତ ଜିଲ୍ଲାର ଚିହ୍ନିତ ବ୍ଲକଗୁଡିକରେ ଶ୍ରମିକମାନଙ୍କୁ 286 ଟଙ୍କା 30 ପଇସା ଲେଖାଏଁ ଦୈନିକ ମଜୁରୀ ମିଳିବ । ଏହାର ପରିଣାମ ସ୍ୱରୂପ ଗରିବ ଶ୍ରମିକ ଭାଇ ଓ ଭଉଣୀମାନେ ଦାଦନ ଯାଇ ଯେଉଁ ଅକଥନୀୟ ନିର୍ଯାତନା ଭୋଗୁଛନ୍ତି ସେଥିରୁ ମୁକ୍ତି ପାଇବେ । ନିୟୋଜିତ ଶ୍ରମିକମାନଙ୍କ ମଜୁରୀ ଧାର୍ଯ୍ୟ ସମୟରେ ଦେବା ପାଇଁ ମୁଖ୍ୟମନ୍ତ୍ରୀ 500 କୋଟି ଟଙ୍କାର ଏକ କାର୍ପସ ଫଣ୍ଡ ଘୋଷଣା କରିଛନ୍ତି । 

ଉପରୋକ୍ତ ଜିଲ୍ଲାର ଚିହ୍ନିତ ବ୍ଲକ ଗୁଡିକର ସବୁ ପଞ୍ଚାୟତକୁ ଓଡ଼ିଶା ଜୀବିକା ମିଶନର ସଘନ ପଂଚାୟତ ଭାବେ କାର୍ଯ୍ୟକାରୀ କରାଯାଇଅଛି । ପ୍ରତ୍ୟକ ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ପରିସର ଭୁକ୍ତ କରିବା ସହ ବିମାଭୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ସୁରକ୍ଷିତ ଜୀବିକା ଓ ସଶକ୍ତିକରଣ ପାଇଁ ଚାହୁଁଥିବା ବ୍ୟକ୍ତି ଆର୍ଥିକ ସହାୟତା ପାଇଁ ସମ୍ପୃକ୍ତ ବିଡ଼ିଓଙ୍କ ନିକଟରେ ଆବେଦନ କରିପାରିବେ । 18ରୁ 35 ବର୍ଷ ମଧ୍ୟରେ ଯୋଗ୍ୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତିଭିତ୍ତିକ ଧନ୍ଦାମୂଳକ  ତାଲିମ ଓରମାସ ପକ୍ଷରୁ ପ୍ରଦାନ କରାଯିବ । ଉପରୋକ୍ତ ଜିଲ୍ଲାର ଚିନ୍ହନିଟ ବ୍ଲକରେ ଯୋଗ୍ୟ ବିବେଚିତ ପରିବାରକୁ ପକ୍କାଘର ଯୋଗାଇଦେବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଥିବା ପ୍ୟାଜେଜରେ ସମ୍ମିଳିତ ହୋଇଛି 

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ, ପାନୀୟଜଳ, ନଗର ଉନ୍ନୟନ,ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ, ଇଏସଆଇ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍ବୋଧନ ଦେଇଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । 

 

0
0
0
s2sdefault