ହେଡଲାଇନସ୍:

 ବିଦ୍ୟାଳୟରେ ତାଲା ପକାଇଲେ ଶରଧାପୁର ଗ୍ରାମବାସୀ : କଥା ଯାଇ ଥାନାରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଶରଧାପୁର ବିଦ୍ୟାଳୟରେ ଥିବା ଏକ ବିପଦଶଙ୍କୁଳ ପରିତ୍ୟକ୍ତ ଘରକୁ ଭାଙ୍ଗି ସେଥିରୁ ବାହାରିଥିବା ପୁରୁଣା ଲୁହାରଡ଼ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ବିକ୍ରୀ ଅଭିଯୋଗରେ ଗ୍ରାମବାସୀ ମାନେ ଆଜି ବିଦ୍ୟାଳୟରେ ତାଲା ପକାଇଥିଲେ । ଛାତ୍ର/ଛାତ୍ରୀମାନଙ୍କୁ ଘରକୁ ଫେରାଇ ଦିଆଯାଇଥିଲା । ଶିକ୍ଷକମାନଙ୍କ ସହିତ ଗ୍ରାମବାସୀଙ୍କର ଆଲୋଚନା ହୋଇଥିଲା । ଓଡ଼ଗାଁ ଗୋଷ୍ଠୀ  ଶିକ୍ଷା ଅଧିକାରୀ ଅତିରିକ୍ତ ଗୋଷ୍ଠୀ  ଶିକ୍ଷା ଅଧିକାରୀ ଏବଂ ସିଆରସିସି ମାନେ ଘଟଣା ସ୍ଥଳକୁ ଯାଇ ଗ୍ରାମବାସୀଙ୍କୁ ବୁଝାସୁଝା କରି ସଫଳ ହୋଇପାରି ନଥିଲେ । ଏ ସଂକ୍ରାନ୍ତରେ ଗୋଷ୍ଠୀ  ଶିକ୍ଷା ଅଧିକାରୀଙ୍କ ଅନୁମତି ନେଇ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସ୍ୱାଇଁ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବା ବେଳେ ଶରଧାପୁର ଗ୍ରାମ୍ୟ କମିଟି ଅନୁରୁପ ଭାବେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ତେବେ ଗ୍ରାମବାସୀ ଶିକ୍ଷକ ମଧ୍ୟରେ ମନାନ୍ତର ଘଟିବାରୁ ବିଚରା ଛାତ୍ର/ଛାତ୍ରୀମାନେ ପାଠପଢା ଓ ମଧ୍ୟାହ୍ନଭୋଜନରୁ ବଂଚିତ ହେଲେ । ତେବେ ଖୁବ୍ ଶୀଘ୍ର ଏ ସମସ୍ୟାର ସମାଧାନ ନହେଲେ ସ୍କୁଲର ଅଚଳାବସ୍ଥା ଜାରି ରହିବ ଏବଂ ଉତେଜନା ବୃଦ୍ଧି ପାଇବ ବୋଲି ଗ୍ରମବାସୀଙ୍କ ତରଫରୁ ଜଣାଯାଇଛି ।   

 

0
0
0
s2sdefault