ହେଡଲାଇନସ୍:

ସିଏଏ ବିଶ୍ବର ସବୁଠାରୁ ବଡ଼ ମାନବାଧିକାର ଆଇନ କହିଲେ ଅତ୍ୟୁକ୍ତି ହେବନି : ଗୋଲକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମୋଦି ସରକାରଙ୍କ ସାହସିକ ପଦକ୍ଷେପ ପ୍ରତି କଂଗ୍ରେସ ଅସହିଷ୍ଣୁ ହୋଇପଡିଛି  

  • ନାଗରିକ ସଂଶୋଧନ ଆଇନକୁ ନେଇ ଅପପ୍ରଚାର ଚଳାଇଛନ୍ତି ବିରୋଧୀ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭାଜପାର ଜିଲ୍ଲା କାର୍ଯ୍ୟାଳୟ ଠାରେ ସୋମବାର ଦିନ କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ଆଇନ (ସିଏଏ) ସମ୍ପର୍କରେ ଭାଜପା ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । 

ସମ୍ମିଳନୀ ରେ ରାଜ୍ୟ ମୁଖପାତ୍ର ଶ୍ରୀ ମହାପାତ୍ର ଅଧ୍ୟକ୍ଷତା କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରା ଯାଇଥିବା ନାଗରିକ ସଂଶୋଧନ ଆଇନର ଆଭିମୁଖ୍ୟ ସମ୍ପର୍କରେ ସୂଚାଇ ବାହାର ଦେଶରେ ଉତ୍ପୀଡନର ଶିକାର ହେଉଥିବା ନାଗରିକଙ୍କ ପାଇଁ କେତେ ଉପକାର ଓ ଲାଭ କହିଥିଲେ । ଏହି ଆଇନକୁ ନେଇ ଭାରତର ବିଭିନ୍ନ ସ୍ଥାନରେ ଅକାରଣରେ ଯେଉଁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି , ତାହା ଠିକ ନୁହେଁ । ପ୍ରକୃତରେ ବାସ୍ତବ ସତ୍ୟତାକୁ ନ ବୁଝି ଏବଂ କିଛି ରାଜନୈତିକ ଦଳର ପ୍ରରୋଚନାରେରେ ପଡି ଯୁବ ସମାଜ ଓ ବୁଦ୍ଧିଜୀବୀ ଏହି ଆଇନ ବିରୋଧରେ ବିକ୍ଷୋଭ କରୁଛନ୍ତି । ଏହି ନାଗରିକ ସଂଶୋଧନ ଆଇନ ବିଶ୍ବର ସବୁଠାରୁ ବଡ଼ ମାନବାଧିକାର ଆଇନ କହିଲେ ଚଳେ । 

ନାଗରିକତା ସଂଶୋଧନ ଆଇନ ସଂସଦରେ ପାରିତ କରାଯାଇ ଦେଶର ଜଣକ ମହାତ୍ମାଗାନ୍ଧୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଯାହାକି ଏହି ଆଇନ ଦ୍ୱାରା ପାକିସ୍ଥାନ , ବାଙ୍ଗଳାଦେଶ , ଆଫଗାନିସ୍ଥାନରେ ଧାର୍ମିକ ଉତ୍ପୀଦନର ଶିକାର ହୋଇ ସେଠାରେ ବିସ୍ଥାପିତ ହୋଇଥିବା ହିନ୍ଦୁ , ବୌଦ୍ଧ , ଶିଖ , ଜୈନ , ପାର୍ସି ଓ ଖ୍ରୀଷ୍ଟିଆନ ମାନଙ୍କୁ ଭାରତର ନାଗରିକତା ଦିଆଯିବ ।

ଏହା ସମ୍ବିଧାନର ଧାରା ୧୪ କୁ ସିଏଏ , ଉଲଂଘନ କରୁନାହିଁ , ଯାହା ଧାରା ୧୪ ରେ ଭାରତୀୟ ନାଗରିକ ସମ୍ପର୍କରେ ଲେଖାଯାଇଛି । ସିଏଏକୁ ନେଇ କେହି ଭୟଭୀତ ହେବାର କୌଣସି କାରଣ ନାହିଁ । କେନ୍ଦ୍ରର ମୋଦି ସରକାରଙ୍କ ଏଭଳି ସାହସିକ ପଦକ୍ଷେପ ପ୍ରତି କଂଗ୍ରେସ ଅସହିଷ୍ଣୁ ହୋଇପଡି ଦେଶରେ ଅରାଜକତା ତିଆରି କରିବାର ଅପଚେଷ୍ଠା ଚଳାଇଛି ।

ଆମର ତତ୍କାଳୀନ ନେତୃତ୍ୱ ବିଭାଜନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ , ତାହାକୁ ହିଁ ଏହି ଆଇନ ଦ୍ୱାରା ପୁରାଣ କରା ଯାଇଛି । ଭାରତର ଜଣେ ହେଲେ ନାଗରିକ ଏହା ଦ୍ବାରା କୌଣସି ପ୍ରକାର ପ୍ରଭାବିତ ହେବାର ଆଶଙ୍କା ନାହିଁ ବୋଲ କହିଥିଲେ । 

ଅନ୍ୟ ମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ ରେ ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ସଭାପତି କେ. ନାରାୟଣ ରାଓ , ଭାଜପା ରାଜ୍ୟ କମିଟିର ସିଦ୍ଧେଶ୍ୱର ମିଶ୍ର , ପୂର୍ବତନ ଜିଲ୍ଲା ସଭାପତି ଜି. ଭେଙ୍କେଟ ରାବଣା ଓ ବରିଷ୍ଠ ନେତା ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

 

0
0
0
s2sdefault