ହେଡଲାଇନସ୍:

ଅନୁରୋଧ ରଖିଲେ ମୁଖ୍ୟମନ୍ତ୍ରୀ : ହସ୍ତକ୍ଷେପ ପରେ ନରମିଲା ସେସୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପ୍ରଥମ ପର୍ଯ୍ୟାୟରେ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ 

  • ଦ୍ଵିତୀୟ ଦଫାରେ ସ୍ୱଚ୍ଛଳ ବର୍ଗ, ଆୟକର ପ୍ରଦାନ କାରି, ଏୟାର କଣ୍ଡିସନ ବ୍ୟବହାରକ|ରି, ବହୁତଳ କୋଠା ଓ କାର ଥିବା ଗ୍ରାହକ 

  • ତୃତୀୟ  ପର୍ଯ୍ୟାୟରେ ଅନ୍ୟ ସମସ୍ତ ଗ୍ରାହକ, ବର୍ଷ ବର୍ଷ ଧରି ଦେୟ ଖିଲାପକାରୀଙ୍କ ଉପରେ ଆଗ କାର୍ଯ୍ୟାନୁଷ୍ଠାନ  

ଭୁବନେଶ୍ୱର (ଶାସକ ପ୍ରଶାସକ) :   ଅନୁରୋଧ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ରାଜ୍ୟର ହଜାର ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆପାତତଃ ପରୀକ୍ଷା ଋତୁରେ ବିଜୁଳି ବିଛିନ୍ନ କରି ପିଲାଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦିଆନଯାଉ ଅନ୍ତତଃ ପରୀକ୍ଷା  ଶେଷ ପର୍ଯ୍ୟନ୍ତ ଟିକେ କୋହଳ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଅନୁରୋଧର ସୁଫଳ ମିଳିଛି |  ବିଭିନ୍ନ ବର୍ଗରୁ କରାଯାଇଥିବା ଅନୁରୋଧକୁ ବିଚାର କରି ଠିକଣା ସମୟରେ ମୁଖ୍ୟମନ୍ତ୍ରୀ କରିଥିବା ହସ୍ତକ୍ଷେପ ଯୋଗୁ ରାଜ୍ୟର ଅସ୍ୱଚ୍ଛଳ ବର୍ଗର ହଜାର ହଜାର ପରୀକ୍ଷାର୍ଥୀ ତଥା  ବାଧ୍ୟବାଧକତା କାରଣରୁ ଅନିଚ୍ଛା ସତ୍ତ୍ୱେ ବିଦ୍ୟୁତ ଶୁଳ୍କ ଜମା କରିପାରିନଥିବା ହଜାର ହଜାର ନିମ୍ନ ମଧ୍ୟବିତ ପରିବାରଙ୍କୁ ମିଳିଯାଇଛି କିଛି ଦିନର ମହଲତ | ୧୫ ତାରିଖ ସୁଦ୍ଧା ବିଦ୍ୟୁତ ଶୁଳ୍କ ଜମା ନକଲେ ୧୬ ତାରିଖରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯିବ ବୋଲି ସେସୁ ପକ୍ଷରୁ ଦିଆଯାଇଥିବା ଚେତାବନୀରୁ ଏହି ବର୍ଗର ଲୋକଙ୍କ ପାଇଁ କିଛି ମାନସିକ ଆଶ୍ବସ୍ତି ଦେଇଛି ମୁଖ୍ୟମନ୍ତ୍ରୀଙ୍କ ସମୟଚିତ ହସ୍ତକ୍ଷେପ | ପରୀକ୍ଷା ମୁଣ୍ଡ ଉପରେ ଥିବା ଯୋଗୁ ପିଲାମାନଙ୍କ ସ୍ୱାର୍ଥକୁ ବିଚାରକୁ ନେଇ ସେମାନଙ୍କ ଯେମିତି କିଛି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ସେସୁକୁ ନିର୍ଦ୍ଦେଶ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି | ଆଉ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଏହି ନିର୍ଦ୍ଦେଶ ବିଦ୍ୟୁତ ଆର୍ଥିକ ଦୁଃସ୍ଥିତି କାରଣରୁ ଶୁଳ୍କ ଜମା କରିପାରିନଥିବା ହଜାର ହଜାର ଗ୍ରାହକଙ୍କୁ ସାମୟିକ ଆଶ୍ବସ୍ତି ତଥା ବିଦ୍ୟୁତ ଦେୟ ପୈଠ କରିବା ପାଇଁ ମହଲତ ମିଳିଯାଇଛି | ନହେଲେ ବିଦ୍ୟୁତ ସଂଯୋଗ ବିଛିନ୍ନ ଅଭିଯାନ ଜାନୁୟାରୀ ୧୬ରୁ ଯେ କୌଣସି ପରିସ୍ଥିତିରେ ଆରମ୍ଭ ବେବ ବୋଲି  ଦୁଇଦିନ ତଳ ପର୍ଯ୍ୟନ୍ତ ନିଜ ଆଭିମୁଖ୍ୟରେ ଅଟଳ ଥିବା ସେସୁ ଶେଷରେ ନରମି ନଥାନ୍ତା  | 

ହେଲେ ଅଭ୍ୟାସଗତ ଖିଲାପକାରୀଙ୍କୁ କୌଣସି ପରିସ୍ଥିତିରେ କୋହଳ ହେବନାହିଁ ସେସୁ | ବର୍ଷବର୍ଷ ଧରି ବିଦ୍ୟୁତ ଦେୟ ଦେଉନଥିବା ଖିଲାପକାରୀଙ୍କ ଉପରେ କଠୋର ମନୋଭାବ ପୋଷଣ କରିବ ବୋଲି ସ୍ପଷ୍ଟ କରିଦେଇଛି | ଆଜି ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ   ସେସୁ ତାହାର ବିଦ୍ୟୁତ ସଂଯୋଗ ବିଛିନ୍ନ ଅଭିଯାନ ୧୬ ତାରିଖରୁ ଆରମ୍ଭ କରିବ ବୋଲି କହିଛି  | ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନରୁ ପ୍ରଥମେ ବିଦ୍ୟୁତ କାଟ କରିବା ପାଇଁ ଯେଉଁ ଅନୁରୋଧ କରାଯାଇଥିଲା ସେଇ ଆଧାରରେ ସେସୁ ତା ପୂର୍ବ ଘୋଷଣାରେ ପରିବର୍ତ୍ତନ କରିଛି | ସେସୁ ପକ୍ଷରୁ ଆଜି ଏ ନେଇ ବିଧିବଦ୍ଧ ଭାବେ ସଂଶୋଧିତ ସୂଚୀ ପ୍ରକାଶ ପାଇଛି | ପୂର୍ବ ଧାର୍ଯ୍ୟ ନିଷ୍ପତ୍ତି ଅନୁଯାୟୀ ବିଦ୍ୟୁତ ସଂଯୋଗ ବିଛିନ୍ନ ୧୬ ତାରିଖରୁ ସଂଶୋଧିତ ସୂଚୀରେ କରିବ ବୋଲି ଘୋଷଣା କରିଛି  | ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ତଥା ଅଧିକ ବିଦ୍ୟତ ଖର୍ଚ କରୁଥିବା ଗ୍ରାହକଙ୍କ ଉପରେ ଟାର୍ଗେଟ କରିବ ବକଳି ସେସୁ ଜାରି କରିଛି ଆଭିମୁଖ୍ୟ | ତିନୋଟି ପର୍ଯ୍ୟାୟରେ ହେବାକୁ ବିଦ୍ୟୁତ ବିଛିନ୍ନ କାର୍ଯ୍ୟକ୍ରମରେ ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନକୁ ସାମିଲ କରାଯିବ | ଦ୍ଵିତୀୟ ପର୍ଯ୍ୟାୟରେ ଅଧିକ ବିଦ୍ୟୁତ ଵ୍ୟଵହାର କରୁଥିବା ବା ସ୍ୱଚ୍ଛଳ ବର୍ଗର ଗ୍ରାହକଙ୍କୁ ଟାର୍ଗେଟ କରାଯିବ | ଯେଉଁମାନଙ୍କ ବହୁତଳ ବିଶିଷ୍ଟ ଘର ଥିବ, ଏୟାର କଣ୍ଡିସନ ବ୍ୟବହାର କରିଥିବେ, ଚାରିଚକିଆ ଥିବ ସେଇ ଗ୍ରାହକ ମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ | ଯେଉଁମାନେ ଆୟକର ଦେଉଛନ୍ତି -ହେଲେ ବିଦ୍ୟୁତ ଶୁଳ୍କ ଦେଉନାହାନ୍ତି, ସେମାନଙ୍କୁ ବି ଏହି ପର୍ଯ୍ୟାୟରେ ସାମିଲ କରାଯିବ | ଅନ୍ୟ ସମସ୍ତ ଗ୍ରାହକଙ୍କୁ ଅନ୍ତିମ ଚରଣରେ ବିଦ୍ୟୁତ ବିଛିନ୍ନ ଅଭିଯାନରେ ସାମିଲ କରାଯିବ | ବର୍ଷ ବର୍ଷ ଧରି ବିଦ୍ୟୁତ ଦେୟ ଦେଇନଥିବା ଗ୍ରାହକମାନଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ଉପରେ ପ୍ରାଥମିକତା ଦିଆଯିବ |  ହେଲେ ଗ୍ରାହକ ମାନେ ସେମାନଙ୍କ ବାକିଆ ବିଦ୍ୟୁତ ଶୁଳ୍କ ଜମା କରିବାକୁ ପୁଣି ଥରେ ସେସୁ ପକ୍ଷରୁ ଅନୁରୋଧ କରାଯାଇଛି | 

0
0
0
s2sdefault