ହେଡଲାଇନସ୍:

ମୋଦିଜୀ ଆମ ହେଡମାଷ୍ଟର : ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁନି ପିଲାର ପ୍ରଶ୍ନର ସହଜ ଉତ୍ତର ଦେଇ ବୁଝାଇ ଦେଲେ କେନ୍ଦ୍ରମନ୍ତ୍ରୀ 

ଭୁବନେଶ୍ୱର : ଛୋଟ ପିଲା ପଚାରନ୍ତି ଅନେକ ପ୍ରଶ୍ନ | ସେମାନଙ୍କ ନିରୀହ  ପ୍ରଶ୍ନ ଆମକୁ ବେଳେବେଳେ ଅଡୁଆରେ ପକାଇ ଦିଏ | ବେଳେ ବେଳେ ଏମିତି ପ୍ରଶ୍ନ ପଚାରନ୍ତି ଯେ ତାକୁ ଉତ୍ତର ଦେବା ତ ସହଜ, ହେଲେ ଶିଶୁ ମାନଙ୍କୁ ସନ୍ତୁଷ୍ଟ କରିବା କଷ୍ଟ | ଏମିତି କିଛି ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆଉ ନିଜର ଉପସ୍ଥିତ ବୁଦ୍ଧି ଖାତି ଦେଇଛନ୍ତି ତାଙ୍କ ଉତ୍ତର |   ନରେନ୍ଦ୍ର ମୋଦି ଆମ ହେଡମାଷ୍ଟର | ଆମ  ପ୍ରିନ୍ସିପାଲ | ତମ ସ୍କୁଲରେ ଯେମିତି ପ୍ରିନ୍ସିପାଲ ଅଛନ୍ତି , ମୋଦି ଜି ଆମର ସେମିତି ପ୍ରିନ୍ସିପାଲ | ଏକ କୁନି ପିଲାର ନିରୀହ ପ୍ରଶ୍ନର ସରଳ ଉତ୍ତରରେ ତାକୁ ବୁଝାଇବା ପାଇଁ କହିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ଗ୍ୟାସ  ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ବିଜେପିର ମିଡ଼ିଆ ବିଭାଗ ମୁଖ୍ୟ ଗୋଲୋକ ମହାପାତ୍ରଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଏକ ଭିଡିଓରେ ଜଣେ ପିଲାର ଉତ୍ତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହୁଥିବା ଦେଖିବାକୁ ମିଳିଛି | ସତକଥା ଦେଶର ପ୍ରଧାନମନ୍ତ୍ରୀ ବୋଲି କହିଲେ ପିଲାଟି ବା କଣ ବୁଝିବା | ତେଣୁ ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ତା ଅନୁସନ୍ଧିତ୍ସୁ ମନକୁ ବୁଝାଇବା ଢଙ୍ଗରେ ସୁନ୍ଦର, ସରଳ ତଥା ସାବଲୀଳ ଉତ୍ତରଟିଏ ଦେଇଛନ୍ତି | ଆଉ ଏପରିକି ତା ମନରେ ବିଶ୍ୱାସ ଜନ୍ମାଇବାରେ ସକ୍ଷମ ହୋଇଛନ୍ତି ଯେ ସେ ଯାହା କହିବା ସେ ତାଙ୍କ ହେଡମାଷ୍ଟରଙ୍କୁ ଯାଇ କହିଦେବେ | ଆଉ ପିଲାଟିକୁ  ଏକ ରକମ କନଭିନ୍ସ କରିବାରେ ସକ୍ଷମ ହୋଇଛନ୍ତି |  ଭିଡିଓଟି ଅଛି ଏହିପରି !

-ତମେ ମୋଦିଜୀଙ୍କୁ ଚିହ୍ନିଛ ? (ଖନୀ ମରା ପାଟିରେ ପିଲାଟି ପଚାରିଲା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ) 

-ହଁ, ଆମର... ସେ ହେଡମାଷ୍ଟର ଆମର |(ଉତ୍ତର ଦେଲେ ମନ୍ତ୍ରୀ ଶ୍ରୀ ପ୍ରଧାନ )

ତମ କ୍ଳାସରେ ହେଡମାଷ୍ଟର ଅଛନ୍ତି ! 

ତୁମର ପ୍ରିନ୍ସିପାଲ ଅଛନ୍ତି ନା ନାହିଁ 

-ହଁ (ପିଲାଟି ଉତ୍ତର ଦେଲା)

-ଆମର ସେ ପ୍ରିନ୍ସିପାଲ 

ତମେ କିଛି କହିବ ତାଙ୍କୁ ?

-(ପିଲାଟି ମନା କରି ମୁଣ୍ଡ ନାଡିଲା)

-କହିଦିଅ ଗୋଟେ, ମୁ ତାଙ୍କୁ କହିଦେବି | 

ତମ ନା କଣ

-ଶ୍ରେୟନ (ପିଲାଟି କହିଲା)

(ସେପଟୁ କେହି ଜଣେ କହୁଥାନ୍ତି ଶ୍ଳୋକ ଗୋଟେ ପଢିଦେ) 

-ଶ୍ରେୟନ, ତମେ ଶ୍ଳୋକ ପଢିଲେ ମୁଁ ତାଙ୍କୁ କହିଦେବି ଶ୍ରେୟନ ଶ୍ଳୋକ ଶିଖିଛି, କହିଦେବି ତାଙ୍କୁ |

ଦେଖି କହିଲ !

-ପିଲାଟି ଆଖି ବନ୍ଦକରି ଦୁଇ ଯୋଡ କରକୁ ଚାହିଁ ଆବୃତ୍ତି କଲା

  "କରାଗ୍ରେ ବସତି ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ 

କର ମୂଳେ ସ୍ଥିତ ଗୌରୀ, ପ୍ରଭାତେ କର ଦର୍ଶନମ |

ସମୁଦ୍ର ବସନେ ଦେବୀ ପର୍ବତ ସ୍ତନ ମଣ୍ଡିତେ  

ବିଷ୍ଣୁ ପତ୍ନୀ ନମସ୍ତୁଭ୍ୟମ ପାଦ ସ୍ପର୍ଶ କ୍ଷମସ୍ଵମେଵ"

-(ମନ୍ତ୍ରୀ ଶ୍ରୀ ପ୍ରଧାନ ବହୁତ ଖୁସି ହୋଇ ଆଉ ପିଲାଟିର ମୁଣ୍ଡରେ ହାତ ମାରି କହିଲେ )

ବାଃ ଚଙ୍ଗଡ଼ା ଅଛ ତୁମେ ,ଏଇଟା କହିଦେବି | ପକ୍କା କହିଦେବି | ଶ୍ରେୟନକୁ ଶ୍ଳୋକ ଆସୁଛି ବୋଲି ଆମ ପ୍ରିନ୍ସିପାଲଙ୍କୁ କହିଦେବି |

(ଆଉ ଜଣେ ପିଲା ଆଡକୁ ଚାହିଁ ) ତମକୁ ଆସୁଛି ! ତମକୁ ଆସୁନି |

 

0
0
0
s2sdefault