ହେଡଲାଇନସ୍:

ସିନାପାଲି ବ୍ଲକରେ ଉପାଧକ୍ଷ ଚୟନ ଉଦ୍ଦେଶ୍ୟମୂଳକ ଭାବେ କରାଯାଉନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିବା ସହ ତୁରନ୍ତ ଚୟନ ଦାବି କଲା କଂଗ୍ରେସ 

ସିନାପାଲି/ ନିରାକାର ମେହେର -ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାଧକ୍ଷ ପଦ 5 ମାସ ଧରି ଖାଲି ପଡ଼ିଥିଲେ ମଧ୍ୟ ଏଯାଏ ତାହା ପୂରଣ ନ ହେବାରୁ କଂଗ୍ରେସ କ୍ଷୋଭ ପ୍ରକାଶ କରିଛି ! ବିଡ଼ିଓ ଙ୍କ ମନମୁଖି କାର୍ଯ୍ୟ ଯୋଗୁ ଏହି ପଦ ଚୟନ ହୋଇପାରୁନି ବୋଲି କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛି କଂଗ୍ରେସ !

 ଅଭିଯୋଗ ଅନୁସାରେ ବ୍ଲକ ଉପାଧ୍ୟକ୍ଷ ସୁବାଷ କୁମାର ଅଗ୍ରୱାଲ ବ୍ୟକ୍ତିଗତ କାରଣ ଦର୍ଶଇ ନିଜ ପଦବୀରୁ ଗତ ଅଗଷ୍ଟ 8ତାରିଖରେ ଇସ୍ଥଫା ଦେଇଥିଲେ ! ସିନାପାଲି ବିଡ଼ିଓ 9 ତାରିଖରେ ଜିଲ୍ଲାପାଲଙ୍କୁ ଅବଗତ କରାଇଥିଲେ ! ପରେ 16 ଅଗଷ୍ଟରେ ଅଧ୍ୟକ୍ଷା ତପସ୍ବୀନି ମାଝୀଙ୍କ ସଭାପତିତ୍ବରେ ଓ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ତଥା ଜିଲ୍ଲା ପରିଷଦ ସଭ୍ୟଙ୍କ ଉପସ୍ଥିତିରେ ଆଦୃତ ସିନାପାଲି ପଂଚାୟତ ସମିତି ବୈଠକରେ ମଧ୍ୟ ଏ ନେଇ ସୂଚନା ଦିଆଯାଇଥିଲା ! ଏହା ସମିତି ବୈଠକ ପୁସ୍ତିକା ମଧ୍ୟ ସ୍ଥାନ  ପାଇଥିଲା ! କିନ୍ତୁ ଗତ 5 ମାସ ହୋଇଯାଇଥିଲେ ମଧ୍ୟ ଏଯାବତ ନୂତନ ଉପାଧ୍ୟକ୍ଷ ଚୟନ ନେଇ କୌଣସି ଅଧିସୂଚନା ଜାରିକରାଯାଇ ନ ଥିବାରୁ ଖରିଆର ବିଧାୟକ ଏନେଇ ଖୋଲତାଡ କରିଥିଲେ ! ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସିନାପାଲି ବିଡ଼ିଓଙ୍କ ପକ୍ଷରୁ ଏନେଇ କୌଣସି ପତ୍ର ପ୍ରେରଣ କରାଯାଇ ନ ଥିବା ସେ ଜାଣିବାକୁ ପାଇଥିଲେ ! ତେଣୁ ଗତ 7 ତାରିଖରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଲିଙ୍ଗରାଜ ଘିବେଲା, ଗିରିରାଜ ମାଝୀ, କିଶୋର କୁମାର ଏକ ପ୍ରତିନିଧି ମଣ୍ଡଳ ବିଡ଼ିଓଙ୍କୁ ଭେଟି ଆଲୋଚନା କରିଥିଲେ ! କିନ୍ତୁ ଏ ସମ୍ପର୍କରେ ବିଡ଼ିଓ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ! ଅଧିକ ଖୋଲ ତାଡ ପରେ ଜିଲ୍ଲାକାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲା ! ବିଡ଼ିଓଙ୍କ ଚିଠି ଗତ ଜାନୁଆରୀ 7 ତାରିଖରେ ପହଂଚିଥିଲା ! ତେବେ ଉପଧ୍ୟକ୍ଷ ଚୟନ ପାଇଁ ଦୀର୍ଘ ବିଡ଼ିଓ କାହିଁକି ଗଡ଼ାଇ ଚାଲୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ! ବିଡ଼ିଓ ଏହି ପତ୍ରକୁ ଚପାଇ ରଖିବା ସହ ଜନସାଧାରଣ ପ୍ରତିନିଧି ଅଧିନିୟମର ଅବମାନନା କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି  ! ତୁରନ୍ତ ଉପାଧ୍ୟକ୍ଷ ନିର୍ବାଚନ କରାଇବା ପାଇଁ କଂଗ୍ରେସ ନେତୃବୃନ୍ଦ ଦାବି କରିଛନ୍ତି | ଏ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରାଯାଇଛି ! ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ମହେନ୍ଦ୍ର ସିଂ ତାଲୁଯା(ହାଲ୍ଲା ସିଂ ), ଲିଙ୍ଗରାଜ ଘିବେଲା, ବିରଞ୍ଚି ବାଗ, କିଶୋର କୁମାର, ଗିରିରାଜ ମାଝୀ , ଖଗେସ୍ୱର ମାଝୀ, ହରି ମାଝୀ, ଲମ୍ବୋଦର ମାଝୀ, ମହମ୍ମଦ ଜୁନେତ, ମହମ୍ମଦ ଅଫତାବ, ରବୀନ୍ଦ୍ରମୋହନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ! ଏ ସମ୍ପର୍କରେ ସିନାପାଲି ବିଡ଼ିଓ ଙ୍କ ମତାମତ ଜାଣିବା ପାଇଁ ତାଙ୍କ ସହ ଯୋଗାଯୋଗ  କରିବାପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର ମୋବାଇଲ ଫୋନ ବନ୍ଦ ଥିବାରୁ ସମ୍ପର୍କ ହୋଇପାରିନଥିଲା !

 

 

 

 

 

 

0
0
0
s2sdefault