ହେଡଲାଇନସ୍:

  "ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସକାଶେ ମହୋତ୍ସବ ମଂଚ ଏକ ବଳିଷ୍ଠ ମାଧ୍ୟମ "   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ  ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସ୍ଥାନୀୟ କଳାକାରଙ୍କ ଚିତ୍ତାକର୍ଷକ ପରିବେଷଣ           

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ମହୋତ୍ସବର ଦିତୀୟ ସନ୍ଧ୍ୟାର ମଂଚ ସ୍ଥାନୀୟ କଳାରମାନଙ୍କ କବ୍ଚାରେ ରହିଥିଲା । ବିଭିନ୍ନ ଅନୁଷ୍ଠାନ  ଏବଂ ଶିକ୍ଷାନୁଷ୍ଠାନ  ମାନଙ୍କରୁ ଆସିଥିବା ଛାତ୍ର/ଛାତ୍ରୀ ମାନଙ୍କ ନୃତ୍ୟ ସଂଗୀତ ପରିବେଷଣ ପେଷାଦାର କଳାକାର ମାନଙ୍କ ଠାରୁ ବହୁଗୁଣରେ ଅଧିକ ଥିଲା ବୋଲି ହଜାର ହଜାର ଦର୍ଶକ ମାନଙ୍କ କରତାଳିରୁ ସ୍ପଷ୍ଟ ବାରି ହୋଇପଡୁଥିଲା  । କନିଷ୍ଠ  ବର୍ଗରେ ଗାୟତ୍ରୀ ବିଦ୍ୟା ମନ୍ଦିର ମଶାବାରୀର ପଞ୍ଜାବୀ ନୃତ୍ୟ ଏବଂ ଉନ୍ନୀତ  ମଧ୍ୟଇଂରାଜି ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ  ହୋଇଥିବା ନୃତ୍ୟାଭିନୟ କୋଣାର୍କ ବରିଷ୍ଠ  ବିଭାଗରେ ରଘୁନାଥ ନୃତ୍ୟାୟନ ଏବଂ ସରସ୍ୱତୀ ଡ୍ୟାନ୍ସଗୃପର ନୃତ୍ୟ ଦର୍ଶକମାନଙ୍କୁ ବେଶ ଚିତ୍ତାକର୍ଷକ ହୋଇଥିଲା  । ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାର ସଭାରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥି, ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତ ସିଂହାର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ଓଡ଼ଗାଁର ବରିଷ୍ଠ ନାଗରୀକ ରବିନ୍ଦ୍ର ନାଥ ପୃଷ୍ଟି ସମ୍ବର୍ଦ୍ଧିତ ଅତିଥିଭାବେ ମଂଚାସୀନ ଥିଲେ । ନୟାଗଡ଼ ଜିଲ୍ଲାରେ ଓଡ଼ଗାଁର ପୃଷ୍ଠଭୁମିରେ  ଶ୍ରୀରଘୁନାଥ ଜିଉଙ୍କ ଅଲୈାକିକତା କେବଳ ରାଜ୍ୟ ନୁହେଁ ସାରା ଦେଶବାସୀଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ଶ୍ରୀମନ୍ଦିର ପରି ୧୨ ମାସରେ ୧୩ ପରବ ଏଠାକାର ପରମ୍ପରା । ତେଣୁ ପୀଠାଧିଶ ଶ୍ରୀ ଜିଉଙ୍କ ପୀଠରେ ମହୋତ୍ସବ  ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ । ସ୍ଥାନୀୟ ଅଂଚଳର ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ ଏବଂ ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ  ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ମଂଚ ଏକ ମାଧ୍ୟମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ପଂଚାନନ ପଣ୍ଡା, ରଞ୍ଜନ କୁମାର ଦାଶ ସାସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭାବଗ୍ରାହୀ ମହାପାତ୍ରଙ୍କ ସହିତ ଇପ୍ସିତା ପ୍ରିୟଦର୍ଶିନୀ ଏବଂ ରଶ୍ମି ରଞ୍ଜନ ମିଶ୍ର ଉପସ୍ଥାପନା କରିଥିଲେ । ଶନିବାର ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଭୁବନେଶ୍ୱରର ଶିଳ୍ପୀକା   ଡ୍ୟାନ୍ସ ଗୃପ୍ ଓ ନୃତ୍ୟାର୍ଚ୍ଚନା, ରଘୁରାଜପୁରୁର ଗୋଟିପୁଅ ନୃତ୍ୟ ଏବଂ ସରସ୍ୱତୀ ଡ୍ୟାନ୍ସଗୃପ ଓଡ଼ଗାଁ ।

0
0
0
s2sdefault