ହେଡଲାଇନସ୍:

ରଘୁନାଥ ସମବାୟ ମହାବିଦ୍ୟାଳୟ ସାହିତ୍ୟ ବିଭାଗ ପକ୍ଷରୁ  "ସତ୍ୟବାଦୀ  ସାହିତ୍ୟରେ ଜାତୀୟତା" ଶୀର୍ଷକ  ପାଠଚକ୍ର       

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଦ୍ୱାରା "ସତ୍ୟବାଦୀ  ସାହିତ୍ୟରେ ଜାତୀୟତା" ଶିର୍ଷକ ପାଠଚକ୍ର ଅନୁଷ୍ଠିତ  ହୋଇଯାଇଛି । ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବିଭାଗୀୟ ମୁଖ୍ୟ ଡ. ଚିତରଞ୍ଜନ ଦାଶ ସ୍ୱାଗତ ସମ୍ଭାଷଣ ଦେବାସହ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିଲେ । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡ. ବାନାମ୍ବର ପୃଷ୍ଟି ସତ୍ୟବାଦୀ ଯୁଗୀୟ ସାହିତ୍ୟର ବିସ୍ତାରୀତ ରୁପରେଖର ଆଲେଖ୍ୟ ରଖିଥିଲେ । ପ୍ରାକ୍ ସ୍ୱାଧିନତା ସମୟରେ ଗୋପବନ୍ଧୁ ଦାଶ, ନୀଳକଣ୍ଠ ଦାଶଙ୍କ ସାହିତ୍ୟରେ ସେମାନଙ୍କର ଅନୁଭବର ଅନୁଭୁତିରୁ ଜାତୀୟତାବାଦର ପ୍ରତିଫଳନ ଦେଖିବାକୁ ମିଳୁଥିଲା । ପ୍ରୀତିନନ୍ଦା ପାଣିଗ୍ରାହୀ, ଲକ୍ଷ୍ମୀ ସାହୁ, ବାଦଲ ଡାକୁଆ, ରୋଜିସ୍ମିତା ସାହୁ ନିଜସ୍ୱ ସନ୍ଦର୍ଭ ପାଠ କରିଥିଲେ । ନାକ ସଂଯୋଜକ ବରିଷ୍ଠ  ଅଧ୍ୟାପକ ବିଶ୍ୱନାଥ ମହାରଣା ବାସ୍ତବ ବାଦ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟ ସମସ୍ତ ବିଭାଗର ମୁଖ୍ୟ ଏବଂ ସହ ମୁଖ୍ୟମାନେ ଯୋଗ ଦେଇଥିଲେ ।  

 

 

0
0
0
s2sdefault