ହେଡଲାଇନସ୍:

ଆୟୁର୍ବେଦରେ ରହିଛି ରୋଗର ସ୍ଥାୟୀ ପ୍ରତିକାର ଶକ୍ତି, ଅନୁଭବ କରଛି : ରାଣୀ ସାହେବା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଶ୍ୱକୁ ଭାରତ ବର୍ଷ ର ଏକ ମହାନ ଅବଦାନ ଆୟୁର୍ବେଦ । ବିଶ୍ୱର ସର୍ବ ପୁରାତନ ଏହ ଚିକିତ୍ସା ପଦ୍ଧତି ରେ  ସାଧାରଣ କାଶ ଠାରୁ ଆରମ୍ଭକରି କେଂସର ପର୍ଯନ୍ତ ସବୁ ରୋଗକୁ ମୂଳରୁ ସମାପ୍ତ କରିବାର ଶକ୍ତି କେବଳ ଆୟୁର୍ବେଦ ରେ ରହିଛି ଏହା ଅପ୍ରିୟ ହେଲେ ବି ସତ । ଆମର ପୂର୍ବଜ ମନେ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ଭାରତ କୁ ଆସିବା ପୂର୍ବରୁ ଏହି ମହାନ ଚିକିତ୍ସା ପଦ୍ଧତି ରେ ଚିକିତ୍ସିତ ହେଇ ଦୀଘାୟୁ ହେଇ ପାରୁଥିଲେ ଏହା ସନସ୍ତଙ୍କୁ ଜଣା । ବିଭିନ୍ନ ରୋଗର ନିବାରଣ ପାଇଁ ଆୟୁର୍ବେଦ ରେ ରହିଛି ବିଭିନ୍ନ ଉପାୟ ଓ ଚିକିତ୍ସା ପଦ୍ଧତି । ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ଠାରୁ ବହୁତ କମ ଖର୍ଚ୍ଚରେ ରେ ଲୋକମାନେ ଏହି ଚିକିତ୍ସା ପଦ୍ଧତି କୁ ଅପଣାଇ ନିଜକୁ ସୁସ୍ଥ ରଖି ପାରିବେ । ଏବେ ବିଶିଷ୍ଟ ବ୍ୟକ୍ତି ମାନେ ଆୟୁର୍ବେଦ ଚିକିତ୍ସା ପଦ୍ଧତି କୁ ଅପଣାଇ ସୁସ୍ଥ ହେଇ ଆୟୁର୍ବେଦ ର ପ୍ରସଂଶା କରୁଥିବା ସାମ୍ନାକୁ ଆସିଛି । 

 ଖଡ଼ିଆଳ ମହାରାଣୀ ରାଜଶ୍ରୀ ଦେବୀ ପଶ୍ଚିମଞ୍ଚଳ ପାଇଁ ଏକ ପରିଚିତ ନାମ । ସେ କେବଳ ଜଣେ ମହାରାଣୀ ନୁହନ୍ତି ସେ ଜଣେ ସୁଲେଖିକା ଓ ଜଣେ ପରିଚିତ ସମାଜ ସେବୀ । ଗତ କିଛି ମାସ ପୂର୍ବରୁ ସେ ନିଜର ଆଣ୍ଠୁରେ ପ୍ରଚୁର ଯନ୍ତ୍ରଣା ଅନୁଭବ କରୁଥିଲେ । ଅନେକ ଡାକ୍ତର ଓ ଲୋକଙ୍କ ପାଖରୁ ପରାମର୍ଶ କଲା ପରେ ସେ ଚିକିତ୍ସା ପାଇଁ ପହଂଛି ଥିଲେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଅବସ୍ଥିତି ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନକୁ । ମହାରାଣୀ ଙ୍କର ରୋଗ ନିରୂପଣ କରିବା ପରେ ଅନୁଷ୍ଠାନ ର ବିଶେଷଜ୍ଞ ମନେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ଦୁଇ ଦିନର ଚିକିତ୍ସା ପରେ ମହାରାଣୀ ଙ୍କୁ ଅନେକ ଲାଭ ହେଉଥିବା ସେ ନିଜେ ଅନୁଭବ କଲେ ଏହା ପରେ ମଧ୍ୟ ସେ ପନ୍ଦର ଦିନ ଏହି ଅନୁଷ୍ଠାନରେ ଚିକିତ୍ସା ଜାରି ରଖିଥିଲେ ଓ ଆରୋଗ୍ୟ ହେଇ ଫେରିଥିଲେ ।ଏହି ଅନୁଷ୍ଠାନର ଚିକିତ୍ସା ପଦ୍ଧତି, ଚିକିତ୍ସକ , ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ମାନଙ୍କର ରୋଗୀ ସେବା ପ୍ରତି ଅତ୍ୟନ୍ତ ପ୍ରସନ୍ନତା ଜାହିର କରି ଗଣମାଧ୍ୟମ ରେ ନିଜର ଅନୁଭୂତି ପ୍ରକାଶ କରିଥିଲେ ।

0
0
0
s2sdefault