ହେଡଲାଇନସ୍:

ଓଡ଼ିଶାରେ ପଂଚାୟତ ବ୍ୟବସ୍ଥାର ଗୁରୁତ୍ୱକୁ ଗୌଣ କରି ଦେଇଥିବା କ୍ଷୋଭର ବିଷୟ: ମିନାକ୍ଷୀ ନଟରାଜନ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)- ଦେଶର ବିକାଶ ପ୍ରକ୍ରିୟାରେ କେନ୍ଦ୍ରବିନ୍ଦୁ ହେଉଛି ପଂଚାୟତ ବ୍ୟବସ୍ଥା । ପଂଚାୟତ ବ୍ୟବସ୍ଥା ସୁଦୃଢ଼ ନହେଲେ କ୍ଷମତାର ବିକେନ୍ଦ୍ରି କରଣ ସମ୍ଭବ ନୁହେଁ । କ୍ଷମତା ବିକେନ୍ଦ୍ରିତ ନହେଲେ ବିକାଶ ପ୍ରକ୍ରିୟାମଧ୍ୟ ବାଧାପ୍ରାପ୍ତ ହୁଏ । ଏହି କଥାକୁ କଂଗ୍ରେସ ସର୍ବଦା ଗୁରୁତ୍ୱ ଦେଇ ଆସିଛି ଏବଂ  ସେଥି ପାଇଁ ସମ୍ବିଧାନର ୭୩ ଓ ୭୪ତମ ସଂଶୋଧନ ଆଇନ୍ କଂଗ୍ରେସ ସରକାର ଆଣିଥିଲା । ସେହି ପଂଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବାପାଇଁ ଆଜି କଂଗ୍ରେସ ଭବନରେ ଏକ ରାଜ୍ୟସ୍ତରୀୟ ତ୍ରିସ୍ତରୀୟ ପଂଚାୟତୀରାଜ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ରାଜୀବ ଗାନ୍ଧୀ ପଂଚାୟତୀରାଜ ଅନୁଷ୍ଠାନ  ସଂସ୍ଥାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ପ୍ରାକ୍ତନ ସାଂସଦ ସୁଶ୍ରୀ ମିନାକ୍ଷୀ ନଟରାଜନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ ଓଡ଼ିଶାରେ ଏହି ପଂଚାୟତ ବ୍ୟବସ୍ଥାର ଗୁରୁତ୍ୱକୁ ଗୌଣ କରି ଦେଇଥିବା ଅତ୍ୟନ୍ତ କ୍ଷୋଭର ବିଷୟ । ପଂଚାୟତ ବ୍ୟବସ୍ଥାର ସୁଦୁଢ଼ କରିବାପାଇଁ ଦଳ ପକ୍ଷରୁ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ । 

ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇ ପଂଚାୟତ ବ୍ୟବସ୍ଥାର ସଂସ୍କାର ପାଇଁ ଆହ୍ୱାନ ଦେଇଥିଲେ । ପିସିସି ପ୍ରାକ୍ତନ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ପଂଚାୟତ ପ୍ରତିନିଧିମାନଙ୍କର ଜିଲ୍ଲା / ସଂସଦୀୟ କ୍ଷେତ୍ର ସ୍ତରୀୟ କର୍ମଶାଳା ଆୟୋଜନ କରିବା  ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ଆରଜିପିଆର ଆରର ଓଡ଼ିଶା ସଂଯୋଜକ ରାଜକୁମାର କିରୋଡୋ, ଯୁବନେତା ମାନସ ମଲ୍ଲିକ, ଅଜୟ ସାମଲ, ବିଜୟ ପ୍ରଧାନ, ନିରଜ ବରଣ ଖୁଂଟିଆ ପ୍ରମୁଖ ଯୋଗଦେଇ ପଂଚାୟତୀରାଜ ବ୍ୟବସ୍ଥାର ସୁଦୃଢ଼ିକରଣ ନିମନ୍ତେ ଆହ୍ୱାନ ଦେଇଥିଲେ । 

ବିଭିନ୍ନ ଜିଲାରୁ ଆସିଥିବା ପ୍ରତିନିଧି ମାନଙ୍କ ସହିତ ଶ୍ରୀମତୀ ମିନାକ୍ଷୀ ନଟରାଜନ ପୃଥକ ପୃଥକ ଆଲୋଚନା କରି ଏହି ପ୍ରକ୍ରିୟାକୁ କେମିତି ଆଗକୁ ଆଗେଇ ନେଇହେବ, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଚଳିତ ମାସରେ ଭଦ୍ରକ, କଟକ, କେନ୍ଦ୍ରପଡ଼ା, ବାଲେଶ୍ୱର, ଯାଜପୁର ଇତ୍ୟାଦି ସଂସଦୀୟ କ୍ଷେତ୍ର ମାନଙ୍କରେ ପଂଚାୟତ ପ୍ରତିନିଧି ମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହେବାର ନିଷ୍ପତି ହୋଇଛି । ନବିକରଣ ଆଇନ, ସମ୍ବିଧାନ ଉପରେ ଆକ୍ରମଣ ଏବଂ ପଂଚାୟତ ବ୍ୟବସ୍ଥା ଉପରେ ପ୍ରଚାରପତ୍ର ବଂଟାଯାଇ ଲୋକଙ୍କ ଭିତରେ ଦେଶ ବଂଚାଅ, ସମ୍ବିଧାନ ବଂଚାଅ ବାର୍ତାକୁ ପଂହଚାଇବାର ଆଜିର ଆହ୍ୱାନ ବୋଲି ଶ୍ରୀ ପଟ୍ଟନାୟକ ଗୁରୁତ୍ୱଆରୋପ କରିଛନ୍ତି । ଉକ୍ତ ପ୍ରତିନିଧି ସମ୍ମିଳନୀରେ ଶତାଧିକ ସଂରପଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଯୋଗଦେଇ ପଂଚାୟତ ବିଧି ବ୍ୟବସ୍ଥାର ବହୁବିଧ ସମସ୍ୟା ଓ ନିରାକରଣ କିପରି ହୋଇପାରିବ ସେଥିଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ଚାପ ପ୍ରୟୋଗ କରିବା ସହ ଦରକାରପଡ଼ିଲେ ଆନେ୍ଦାଳାନତ୍ମକ ପଦକ୍ଷେପ ନେବାକୁ ନେତୃମଣ୍ଡଳୀଙ୍କୁ ଅନୁରୋଧ କରିଥିଲେ ।

 

0
0
0
s2sdefault