ହେଡଲାଇନସ୍:

ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତ ବୈଠକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦରମହକୁମା ଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ୨୦୨୦ ଜାତୀୟ ସାଧାରଣତନ୍ତ୍ର ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ର ସମାରୋହରେ ପାଳନ କରାଯିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ୩ ଘଣ୍ଟା ସମୟରେ ମୈତ୍ରୀସଦନ ପରିସରରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସ୍ଥାନୀୟ ଏସ୍ ଡି ପିଓ ଧୀରଜ ଚୋପଦାର, ଅତିରିକ୍ତ ଜିଲ୍ଲାପାଳ ଅଭିଳାଷ ପୁରୋହିତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ନାଏକ ଓ ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ . ପ୍ରଫୁଲ୍ଲ କୁମାର ରଥ ସମସ୍ତ ଅତିଥି ଗଣ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୩୨ ଟି ପ୍ୟାରେଡ୍ ଦଳ ଅଂଶଗ୍ରହଣ କରାଯିବାର ସ୍ଥିରୀକୃତ କରାଯାଇଛି । ଆସନ୍ତା ୨୨, ୨୩ ,୨୪ ,ତାରିଖ ଅପରାହ୍ନ ୨ଟା ସମୟରେ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ପ୍ୟାରେଡ୍ ଅଭ୍ୟାସ ଅନୁଷ୍ଠିତ ହେବ । ସାଧାରଣତନ୍ତ୍ର ଦିବସର ସକାଳ ୯ ଘଣ୍ଟା ସମୟରେ ଉପଜିଲ୍ଲାପାଳ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଉପଖଣ୍ଡ ଆରକ୍ଷୀକ ସହିତ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିବେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମବୋଧକ,  ସଂସ୍କୃତିକ କାର୍ଯ୍ୟକ୍ରମ ଓ ସରକାରୀ ବିଭାଗମାନଙ୍କର ଉନ୍ନୟନ ମୂଳକ ମେଢ ପ୍ରଦର୍ଶନ କରାଯିବ । ଉକ୍ତ ବୈଠକରେ ଭୂଷଣ ପାତ୍ର, କିଶୋର ହତା, ଥାନା ଅଧିକାରୀ, ଅଗ୍ନିସମ ଅଧିକାରୀ, ଉପକାରଗାର ଅଧିକ୍ଷକ, ମୁରଲୀଧର ହୋତା, ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତାନୁ କୁମ୍ଭକାର, ସମସ୍ତ  ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟତ୍ରୀ,  ମହାବିଦ୍ୟାଳୟର ଅଧ୍ୟାପକ /ଅଧ୍ୟାପିକା, ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟଗଣ, ବରିଷ୍ଠ ନାଗରିକଗଣ ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ପରିଚାଳନା ଓ ସମସ୍ତ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ ।

0
0
0
s2sdefault