ହେଡଲାଇନସ୍:

ଏମବିସି ଟିଭି ପକ୍ଷରୁ ଶାରଳା ବିଶ୍ୱ ଭାଷା ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ ସାହୁ): ପାଶ୍ଚାତ ସଂସ୍କୃତିରେ ଆଜିର ଯୁବ ଗୋଷ୍ଠୀ  ଯେପରି ଦିଗହରା ନ ହୁଅନ୍ତି ଏବଂ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଯେପରି ଆକୃଷ୍ଟ ହେବେ ସେ ନେଇ ଏମବିସି ଟିଭି ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଜାନୁୟାରୀ ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡଶୀ ଗବେଷଣା କେନ୍ଦ୍ରରେ ଶାରଳା ମହାଭାରତ ଅନ୍ତର୍ଜାତିକ ସମ୍ମାନ ଆୟୋଜନ କରାଯିବ ।  ଏ ନେଇ ସାରା ରାଜ୍ୟରେ ଓଡିଶାର ଆଦିକବି ଶାରଳା ଦାଶଙ୍କ ସ୍ମୃତିକୁ ଉଦଜୀବିତ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଏମବିସି ଟିଭି ପକ୍ଷରୁ ଏହି ଅବସରରେ ଶାରଳା ବିଶ୍ୱ ଭାଷା ପଦଯାତ୍ରା ଅନୁଷ୍ଠିତ  କରାଯାଉଛି । ଏ ନେଇ ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଗଜପତି ଛକ ଠାରୁ ଜିଲ୍ଳା ସଂସ୍କୃତି ଭବନ ପର୍ଯ୍ୟନ୍ତ ଶାରଳା ବିଶ୍ୱ ଭାଷା ପଦଯାତ୍ରା ବାହାରିଥିଲା । ଏହି ପଦଯାତ୍ରା କାର୍ଯ୍ୟକ୍ରମକୁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ. ଅତିଥି ଭାବେ ଯୋଗ ଦେଇ ପ୍ରଥମେ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତିରେ ପୁଷ୍ପାମାଲ୍ୟ ଅର୍ପଣ କରି ପଦଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏମବିସି ଟିଭି ତରଫରୁ ପୁଣି ଓଡିଆ ମାନଙ୍କ ସ୍ୱାଭିମାନକୁ ଜାଗୃତ କରିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମ କରୁଥିବାରୁ ଅତିଥି ମାନେ ଆୟୋଜଙ୍କୁ ସାଧୁବାଦ ଜଣାଇଥଇଲେ । ଏହି ପଦଯାତ୍ରାରେ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର, ମହିଳା ମହାବିଦ୍ୟାଳୟ ଓ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ସାମିଲ ହୋଇ ଓଡିଆ ଭାଷା ପ୍ରଚାର ପ୍ରସାର ବିଷୟ ସମ୍ବନ୍ଧରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ । କବି ଡମ୍ବରୁଧର ପଟ୍ଟନାୟକ, କବିୟତ୍ରୀ ତ୍ରିବେଣୀ ମିଶ୍ର, ସାହିତ୍ୟକ ଓ ସ୍ତମ୍ଭକାର ଦ୍ୱିତୀଚନ୍ଦ୍ର ସାହୁ, ବରିଷ୍ଠ  ସାମ୍ବାଦିକ ତଥା କବିଭାରତୀ ବାସୁଦେବ ପାତ୍ର, ବାଦଲ କୁମାର ତା’, ରଂଜନ ରଥ, ମନୋଜ ପାତ୍ର, ନିରଂଜନ ପାଳ, ରାଜେଶ ପଟ୍ଟନାୟକ, ଶିବ ନାରାୟଣ ଗଉଡ, ଅଜୟ ରଥ, ରବିନ୍ଦ୍ର ପାଟ୍ଟଖଣ୍ଡଳ, ଗୋପିନାଥ ଗଉଡ, ସନ୍ତୋଷ କୁମାର ଦଳେଇ, ମନୋଜ ସାହୁ, ରାଜେଶ ମହାନ୍ତି, ସୁଶାନ୍ତ ପ୍ରଧାନ, ବି.ଏଚ.ନାଗରାଜୁ, ସଂଗ୍ରାମ ପଟ୍ଟନାୟକ ଗୁଣପୁରରୁ ଏମବିସି ଟିଭି ରିପୋର୍ଟର ଜଗନ୍ନାଥ ପାଣିଗ୍ରାହୀ, କଲ୍ୟାଣସିଂହପୁର ଏମବିସି ଟିଭି ସାମ୍ବାଦିକ ଗଣେଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏମବିସି ଟିଭିର ରାୟଗଡ ଜିଲ୍ଳା ପ୍ରତିନିଧି ସୁରେଶଚନ୍ଦ୍ର ମିଶ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । 

 

 

 

 

 

0
0
0
s2sdefault