ହେଡଲାଇନସ୍:

ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ବର୍ବରୋଚିତ  ଆକ୍ରମଣ ଘଟଣା : କ୍ଷୁବ୍ଧ  ଓଡିଶା ବିପିୟୁଟି ଛାତ୍ର ସଂଘ କଲା ଦୃଢ ପ୍ରତିବାଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ବର୍ବରୋଚିତ  ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିଛି ଓଡିଶା ବିପିୟୁଟି ଛାତ୍ରସଂଘ | ସଂଘ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ବିପିୟୁଟିର ଶତାଧିକ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଏହାର ତୀବ୍ର ପ୍ରତିବାଦ କରିଛନ୍ତି | ସେଠାରେ ଆୟୋଜିତ  ପ୍ରତିବାଦ ସଭାରେ ବିପିୟୁଟି ଛାତ୍ରଛାତ୍ରୀମାନେ  ଜେଏନ୍‌ୟୁ ପରିସରରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା  ବର୍ବରୋଚିତ ଆକ୍ରମଣ କରାଗଲା ତାହାକୁ ଅମାନବୀୟ, ଘୃଣ୍ୟ ଓ ଅଗଣତାନ୍ତ୍ରିକ ଘଟଣା ବୋଲି ମତବ୍ୟକ୍ତ କରିଛନ୍ତି |  

ସେମାନେ କହିଛନ୍ତି ଯେ ଜେଏନ୍‌ୟୁ ପରିସରରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଗଣତନ୍ତ୍ରଣରେ ହିଂସାର କୌଣସି ସ୍ଥାନ ନାହିଁ। ଯେଉଁଠାରେ ପିଲାଙ୍କ ଭବିଷ୍ୟତ ଗଢ଼ାଯାଉଛି ସେଠାରେ ଏଭଳି ହିଂସା ଲଜ୍ଜାଜନକ । ଏହି ହିଂସା ସମଗ୍ର ଛାତ୍ର ସମାଜକୁ ଗଭୀର ଆଘାତ ଦେଇଛି। ଯେଉଁମାନେ ମଧ୍ୟ ଏଭଳି କାର୍ଯ୍ୟରେ ସଂଶ୍ଲିଷ୍ଟ ସେମାନଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଭବିଷ୍ୟତରେ କିଭଳି ବିଶ୍ୱବିଦ୍ୟାଳୟ ଗୁଡିକରେ ଏଭଳି ଘଟଣା ନଘଟିବ ସେନେଇ ସରକାର ତୁରନ୍ତ ପଦକ୍ଷେପ  ନିଅନ୍ତୁ ବୋଲି ଛାତ୍ର ସଂଘ ଦାବି ରଖିଛି।

ଏହି ବିକ୍ଷୋଭରେ ବିଜୁ ଛାତ୍ର ଜନତା ଦଳ  ରାଜ୍ୟ ସାଧାରଣ ସମ୍ପାଦକ ତଥା ଓଡିଶା ବିପିୟୁଟି ଛାତ୍ର ସଂଘର ମୁଖ୍ୟ ଉପଦେଷ୍ଟା ଇଂ ପାର୍ଥସାରଥୀ ମୁଦୁଲି,ମୁଖ୍ୟ ସଂଗଠକ ଶକ୍ତି ରଥ,ଆବାହକ ସାଇ ନାରାୟଣ ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ମହାନ୍ତି, ସାଂସଦ କୁମାର ନାୟକ, ସୁନୀଲ ମହାପାତ୍ର, ସଭାପତି ଜ୍ୟୋତି ରଞ୍ଜନ ଶତପଥୀ, ଶିବ ପ୍ରସାଦ ମହାନ୍ତି ପ୍ରମୁଖ ଉଦ୍ବୋଧନ ଦେଇ ଏଭଳି ଆକ୍ରମଣକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ଜେଏନୟୁରେ ଶାନ୍ତି ପ୍ରତିଷ୍ଠା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରାପଦ ଓ ସୁରକ୍ଷିତ ଶୈଖିକ ବାତାବରଣ ସୃଷ୍ଟି କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଦାବି କରିଛନ୍ତି | 

 

0
0
0
s2sdefault