ହେଡଲାଇନସ୍:

ପୌର ଟିକସ ବୃଦ୍ଧି ଲାଗି ମ୍ୟୁନିସିପାଲ  ପ୍ରିମିୟର ଲିଗ୍‍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ ) : ପୌରସଂସ୍ଥା ଗୁଡିକର ରାଜସ୍ୱ ବୃଦ୍ଧି ସହିତ ସେଗୁଡିକୁ ଆତ୍ମନିର୍ଭରଶୀଳ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମ୍ୟୁନିସିପାଲ  ପ୍ରିମିୟର ଲିଗ୍‍ (ଏମ୍‍ପିଏଲ୍‍) ଆୟୋଜନ ପାଇଁ ସ୍ଥିର ହୋଇଛି । ଏଥିରେ ଅମୃତ ସହର ଗୁଡିକରେ କିଭଳି ହୋଲଡିଂ ଟିକସ ଆଦାୟ ସହିତ ପୌର ରାଜସ୍ୱ ବୃଦ୍ଧି ହେବ ସେଥିନେଇ ଦକ୍ଷେ ନିଆଯିବ । ଟିକସ ଆଦାୟ କରୁଥିବା ଅଧିକାରୀମାନଙ୍କୁ ପ୍ରେରଣା ଦେବା ଏବଂ ପୌରସଂସ୍ଥାରେ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ ସମଗ୍ର ରାଜ୍ୟରେ ପୌର ଟିକସ ବଢାଇବା ହେଉଛି ଏମ୍‍ପିଏଲ୍‍ର ମୁଖ୍ୟ ଉଦ୍ଦେଶ୍ୟ । 

ଅମୃତ ସହର ଗୁଡିକରେ ଏମ୍‍ପିଏଲ୍‍ ଆୟୋଜନ ନେଇ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ  ହୋଇଯାଇଛି । ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ, ବିଭିନ୍ନ ମହାନଗର ନିଗମର କମିଶନର, ପୌରଂସ୍ଥାର କାର୍ଯ୍ୟକାରୀ ନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ପୌର  ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ଆୟୋଜକ କମିଟି ଗଠନ ହୋଇଥିବାବେଳେ ଏଥିରେ ୫ଟି ମହାନଗର ଯଥା ବିଏମ୍‍ସି, ସିଏମ୍‍ସି, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରର କମିଶନର ଏବଂ ୪ଟି ପୌରସଂସ୍ଥା ଯଥା ପୁରୀ, ବାରିପଦା , ବାଲେଶ୍ୱର ଓ ଭଦ୍ରକର କାର୍ଯ୍ୟକାରୀ ର୍ନିବାହୀ ଅଧିକାରୀମାନେ ଅଛନ୍ତି । ଆସନ୍ତା ୨୦ ତାରିଖରେ ଟିକସ ସଂଗ୍ରହ ଅଧିକାରୀମାନଙ୍କୁ ତାଲିମ ପାଇଁ ଏକ କର୍ମଶାଳାର ଆୟୋଜନ କରାଯିବ ଏବଂ ୨୧ ତାରିଖରୁ ୯ଟି ଅମୃତ ସହରରେ ଟିକସ ସଂଗ୍ରହ ଆରମ୍ଭ ହେବ । ଏହି ଲିଗ୍‍ ଫେବୃୟାରୀ ଏକ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । 

ଏମ୍‍ପିଏଲ୍‍ର ତାଜା ସ୍ଥିତି ଅବଗତି ନିମନ୍ତେ ପ୍ରତି ସପ୍ତାହରେ ଆୟୋଜକ କମିଟିର ବୈଠକରେ ବସିବ । ଲିଗ୍‍ ସମାପ୍ତ ପରେ ଟିକସ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସର୍ବାଧିକ ୬୭ଟି ପୁରସ୍କାର ପ୍ରଦାନ କରାଯିବା । ଏହି ଲିଗ୍‍ ପାଇଁ ଏକ ଡାସବୋର୍ଡ ପ୍ରସ୍ତୁତ ହେବ ଏବଂ ଆୟୋଜକ କମିଟିର ତତ୍ୱାବଧାନରେ ପୌରସଂସ୍ଥା ଏବଂ ଟିମ୍‍ ସଦସ୍ୟମାନେ ଏଥିରେ ତଥ୍ୟ ଅପଲୋଡ୍‍ କରିବେ । ଏଭଳି ପଦକ୍ଷେପ ନଅଟି ଅମୃତ ସହରରେ ଥିବା ପୌରସଂସ୍ଥାର ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଟିକସ ଆଦାୟ ସହ ଜଡିତ ଅଧିକାରୀଙ୍କୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ |

 

 

 

0
0
0
s2sdefault