ହେଡଲାଇନସ୍:

ସକ୍ରିୟ ହୋଇଛନ୍ତି ନୀଳରକ୍ତ କଙ୍କଡା ରାକେଟ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଏବେ ସକ୍ରିୟ ହୋଇଛନ୍ତି ବିରଳ ନୀଳରକ୍ତ କଙ୍କଡା ରାକେଟ |  ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ସଂରକ୍ଷକ ତଥା ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ ପିଠାବଟା ବନ କର୍ମଚାରୀମାନଙ୍କ ସହାୟତାରେ ଏକ ବଙ୍ଗୀୟ ଯୁବକଙ୍କ ନିକଟରୁ ୧୪ ଗୋଟି ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ଜବତ କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଗିରଫ କରିବା ପରେ ଏହି ରାକେଟ୍ର ଉପସ୍ଥିତି ଜାହିର ହୋଇଛି | 

 ଅଭିଯୁକ୍ତ ଯୁବକ ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ଜିଲ୍ଲା ବିଶ୍ୱରମ୍ଭା ଅଞ୍ଚଳର ସୁନୀଲ ବିଶ୍ୱାସ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ବନ୍ୟ ପ୍ରାଣୀ ଆଇନ ସିଡ଼ୁ୍ୟଲ ୪ ଓ କେଶ ନମ୍ବର ୪୯/୨୦୨୦ରେ ମାମଲା ରୁଜୁ କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ସୁନୀଲ ବିଶ୍ୱାସ ବିରଳ ପ୍ରଜାତିର ବିଲୁପ୍ତ ହେବାକୁ ବସିଥିବା ଅଶ୍ୱ ଖୁରାକୃତି ନୀଳରକ୍ତ ସାମୂଦ୍ରିକ କଙ୍କଡ଼ା ଧରି ବର୍ଦ୍ଧମାନ ଅଞ୍ଚଳରୁ ଆସି ବାରିପଦା ସହରରେ ବ୍ୟବସାୟ ଚଳାଇ ଆସୁଥିଲା । ଜନସାଧାରଣଙ୍କୁ ଉକ୍ତ କଙ୍କଡ଼ା ନିକଟରୁ ସଂଗୃହୀତ ହୋଇଥିବା ଔଷଧୀୟ ତେଲ କହି ଭଣ୍ଡାଇ ବିଭିନ୍ନ ରୋଗରୁ ଆରୋଗ୍ୟ ହେବ ବୋଲି ପ୍ରଚାର କରି ବ୍ୟବସାୟ ଚଳାଇଥିଲା । ଉକ୍ତ ଖବର ବାରିପଦା ବନ ଖଣ୍ଡ ଅଧିକାରୀ  ସ୍ୱୟମ୍ ମଲ୍ଲିକଙ୍କ ନିକଟରେ ଏକ ମାସ ପୂର୍ବରୁ ପହଁଞ୍ଚିବା ପରେ ଅଭିଯୁକ୍ତକୁ ଧରିବା ନିମନ୍ତେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଶ୍ରୀଆଚାର୍ଯ୍ୟଙ୍କ ସହାୟତାରେ ଜାଲ ବିଛାଇଥିଲେ । ଆଜି ବାରିପଦା ହାଟରେ ଅଭିଯୁକ୍ତ ସୁନୀଲ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଧରାପଡ଼ିଯାଇଥିଲା । ଏହି ସମୟରେ ତା ନିକଟରୁ ୬ଟି ଜିବନ୍ତ ନୀଳରକ୍ତ କଙ୍କଡ଼ା, କିଛି ତେଲ ଭତ୍ତି ଓ ଖାଲି ବୋତଲ ଜବତ କରାଯାଇଥିଲା । ଏହାପରେ ସୁନୀଲକୁ ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇ ନିକଟ ପିଠାବଟା ରେଞ୍ଜ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯିବା ପରେ ସୁନୀଲ ଅନ୍ୟ ଜଣେ ସହଯୋଗି ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଅଞ୍ଚଳର ମୁନ୍ନା ବିଶ୍ୱକର୍ମାଙ୍କ ସହ ବାରିପଦା ଦେଉଳସାହିସ୍ଥିତ ମହାରାଣୀ ଧର୍ମଶାଳାରେ ରହି ସୁନୀଲ ବାରିପଦା ଓ ମୁନ୍ନା ୬ଟି ଜିବୀତ ନୀଳରକ୍ତ କଙ୍କଡ଼ା ସାଥୀରେ ଧରି ରାଇରଙ୍ଗପୁର ଅଞ୍ଚଳରେ ବ୍ୟବସାୟ ଚଳାଇଥିବାର ଜଣାପଡ଼ିବା ପରେ ବନ କର୍ମଚାରୀମାନେ ଧର୍ମଶାଳାକୁ ଯାଇ ଏମାନଙ୍କ ରୁମକୁ ତଲାସୀ ନେବା ସହ ସେଠାରୁ ୬ଟି ଜିବୀତ ଓ ୨ଟି ମୃତ ନୀଳରକ୍ତ କଙ୍କଡ଼ା ଜବତ କରିଥିଲେ । ବନ କର୍ମଚାରୀମାନେ ମୁନ୍ନା ରାଇରଙ୍ଗପୁରରୁ ଫେରି ଆସିବା ପରେ ତାକୁ ପଚରାଉଚରା କରିବେ । ଏହିପରି ମୋଟ ୧୪ଟି କଙ୍କଡ଼ା ଜବତ କରାଯାଇଥିବା ବେଳେ ଜିବୀତ କଙ୍କଡ଼ାଗୁଡ଼ିକୁ ସମୂଦ୍ରରେ ନେଇ ଛାଡ଼ା ଯିବ ବୋଲି ବାରିପଦା ବନ ଖଣ୍ଡ ଅଧିକାରୀ ଶ୍ରୀମଲ୍ଲିକ ସୂଚନା ଦେଇଛନ୍ତି । 

0
0
0
s2sdefault