ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାନୁୟାରୀ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟସୂଚୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାରିପଦା-(ଦିଲ୍ଲୀପ ମହାନ୍ତି) ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାନୁୟାରୀ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଅଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯଥାକ୍ରମେ ୦୬.୦୧.୨୦ ମାସର ପ୍ରଥମ ସୋମବାର ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫେସିଲିଟେସନ କେନ୍ଦ୍ର,  ୧୩.୦୧.୨୦  ଦ୍ୱିତୀୟ ସୋମବାର ବାମନଘାଟୀ ଉପଖଣ୍ଡ, ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ , ୨୦.୦୧.୨୦ ତୃତୀୟ ସୋମବାର ପାଞ୍ଚପୀଢ ଉପଖଣ୍ଡ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଏବଂ ମାସର ଶେଷ ସୋମବାର ୨୭.୦୧.୨୦ ଚତୁର୍ଥ ସୋମବାର କପ୍ତିପଦା ଉପଖଣ୍ଡ, ଉଦଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ  ଠାରେ ଅନୁଷ୍ଠିତ  ହେବ । ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ପଦାଧିକାରୀ ଏବଂ ସଂପୃକ୍ତ ଉପଖଣ୍ଡର ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ସିଡିପିଓ ଓ ଉପଖଣ୍ଡ ସ୍ତରୀୟ ବିଭିନ୍ନ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ  ହେବାକୁଥିବା ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ସଂପୃକ୍ତ ଅଚଂଳର ଜନ ସାଧାରଣ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସଂପର୍କୀତ ଅଭିଯୋଗ ଲିଖିତ ଅଥବା ମୌଖିକ ଭାବେ ଶିବିରରେ ଉପସ୍ଥିତ ରହି ଜଣାଇ ପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  ।

 

0
0
0
s2sdefault